ଘଣ୍ଟାପଡ଼ା ଅଞ୍ଚଳର ଚାରିଆଡେ କୃଷ୍ଣମୟ, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଲେ ହଜାର ହଜାର ଶ୍ରଦ୍ଧାଳୁ।


କଣ୍ଟାମାଳ,୨୬/୮: (ପ୍ରଭାତ କୁମାର ସାହୁ) ଚାରିଆଡ଼େ କୃଷ୍ଣମୟ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ କୃଷ୍ଣ ପ୍ରେମୀ ନାନା ଆଡ଼ମ୍ବରରେ ପାଳିତ କରିଆସୁଛନ୍ତି। କେଉଁଠି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ କୁ ଏକ ବ୍ରତ ଭାବେ ପାଳନ କରି ସମୂହ ଏକାଠି ହୋଇ ଶ୍ରୀକୃଷ୍ଣଙ୍କ ଜନ୍ମ ପୁରାଣ ଗାନ କରି ପାଳିଥାନ୍ତି ତ କେଉଁଠି ଉତ୍ସବ ଭାବେ ପାଳନ କରିଥାନ୍ତି। ଏଥିରେ ବୌଦ୍ଧ କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କ ତତ୍ତ୍ଵାବଧାନରେ ଶିଶୁ ଭାଇଭଉଣୀମାନେ କୃଷ୍ଣ, ବଳରାମ, ସୁବଳ ସୁଦମା, ରାଧା,ଦେବକି,ସଖୀ ଭାବେ ସୁସଜ୍ଜିତ ବେଶ ହୋଇ ଗ୍ରାମ ପରିକ୍ରମା ମାଧ୍ୟମରେ ମନ୍ଦିର ଦର୍ଶନ କରିଥିଲେ। ସେହିପରି ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଅନୁରୂପ ଭାବେ ବିଭିନ୍ନ ବେଶ ପୋଷାକରେ ଗ୍ରାମ ପରିକ୍ରମାରେ ମନ୍ଦିର ଦର୍ଶନ କରିଛନ୍ତି। ଏ ସବୁ ସମସ୍ତ କାର୍ଯ୍ୟରେ ସ୍କୁଲ ପରିଚାଳନା କମିଟୀର ସଦସ୍ୟ, ଗୁରୁଜୀ ଗୁରୁମା, ଅଭିଭାବକମାନେ ସହଯୋଗ କରିଛନ୍ତି। ସେହିପରି ମାନସିକଧାରୀ ଶ୍ରଦ୍ଧାଳୁମାନେ ସାମୂହିକ ବ୍ରତ ଭାବେ ଘଣ୍ଟାପଡ଼ା, ଆମ୍ବଗାଁ, ଖୁଣ୍ଟିଗୋରା, ଟପର୍ଣ୍ଣା, କୁଲୁତାଯୋର, ରେକଡୋଲ, କୁରୁକୁପା ଆଦି ସ୍ଥାନମାନଙ୍କରେ ପୁରାଣ ପାଠ କରି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ପାଳନ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




