ନାଉଗାଁ ରେ ବୋଇତ ବନ୍ଦାଣ ଉତ୍ସବ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ !!


ନାଉଗାଁ ::-ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବ କିପରି ଭାବେ ପ୍ରଭାବଶାଳୀ ହୋଇପାରିବ ତାର ପୂର୍ବ ପ୍ରସ୍ତୁତି ବୈଠକ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ସାରେଇକୂଳ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି !ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ନାଉଗାଁ ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଜ୍ୟୋତିଷ ଚନ୍ଦ୍ର ଦାସ !ବୈଠକ ଆରମ୍ଭରେ ସାଂସ୍କୃତିକ ପରିଷଦ ର ଦିବଂଗତ ଉପସଭାପତି ଡଃ. ଚାଇନା ପ୍ରଧାନ ଙ୍କ ସ୍ମୃତି ଚାରଣ ସହିତ ଅମରଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା !ପରିଷଦ ର ସମ୍ପାଦକ ଅଧ୍ୟାପକ ସରୋଜ କୁମାର ନାୟକ ଗତ ବର୍ଷର ଆୟବ୍ୟୟ ର ବିବରଣୀ ପାଠକରି ଉପସ୍ଥିତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ !ଚଳିତ ବର୍ଷର ଉତ୍ସବକୁ ସର୍ବସମ୍ମତି କ୍ରମେ ନଭେମ୍ବର ୧୫, ୧୬, ୧୭ ତାରିଖରେ ତ୍ରିଦିବସିୟ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି କରାଯାଇଛି !ଏହି ଅବସରରେ ପ୍ରକାଶିତ ହେବାକୁ ଥିବା ମୁଖପତ୍ର ପାଇଁ ଆବଶ୍ୟକ ଲେଖା ସଂଗ୍ରହ କରିବାକୁ ତ୍ରିଲୋଚନ ପାଢ଼ୀ ଓ ହିମାଂଶୁ ମହାନ୍ତି ଙ୍କୁ ଦାୟିତ୍ୱ ଦିଆଯାଇଛି !ପୂର୍ବ ବର୍ଷ ପରି ଅନୁଷ୍ଠିତ କାର୍ଯ୍ୟକ୍ରମ ମଧ୍ୟରେ କବି ସମ୍ମିଳନୀ ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି !ପରିଷଦରେ ନୂତନ ସଦସ୍ୟ ମାନଙ୍କୁ ଗ୍ରହଣ କରିବାକୁ ପରିଷଦର ବରିଷ୍ଠ ଉପଦେଷ୍ଟା ନିରଞ୍ଜନ ବେହୁରା ଓ ଉପସଭାପତି ନିରଞ୍ଜନ ମହାନ୍ତି ପ୍ରସ୍ତାବ ରଖିଥିବାର ଶୁଣିବାକୁ ମିଳିଥିଲା !ବୋଇତ ବନ୍ଦାଣ ପରିଚାଳନା ଦାୟିତ୍ୱ ପରିଷଦର କୋଷାଧ୍ୟକ୍ଷ୍ୟ ବେଣୁଧର ସ୍ବାଇଁକୁ ପ୍ରଦାନ କରାଯାଇ ଥିବାବେଳେ,ଶାନ୍ତି ଶୃଙ୍ଖଳାରେ ଉତ୍ସବ କୁ ସରସସୁନ୍ଦର କରିବା ପାଇଁ ପରିଷଦର ସମସ୍ତ ସଦସ୍ୟ ଓ କର୍ମୀ ଯତ୍ନବାନ ହେବାକୁ ସ୍ଥିର କରାଯାଇଛି! ଏହି ବୈଠକରେ ସଚ୍ଚିଦାନନ୍ଦ ପରିଡା, ରଶ୍ମିରଂଜନ ରାଉତ, ରାମଚନ୍ଦ୍ର ସ୍ୱାଇଁ,ନନ୍ଦ କିଶୋର ବାରିକ, ଅନାଦି ବାରିକ,
ବିଭୁ ପଦାରବିନ୍ଦ ପରିଡା ଓ ଅର୍ଣ୍ଣାସ୍ମିତା ବେହୁରା ପ୍ରମୁଖ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା !
ସମୟ ର ବହୁ ପୂର୍ବରୁ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସଠିକ ନିଷ୍ପତ୍ତି ନିଆଯାଇ ଥିବାରୁ, ସମସ୍ତ ବିଷୟରେ ଧନ୍ୟବାଦ ଅର୍ପଣ କରିଥିଲେ
ସଚ୍ଚିଦାନନ୍ଦ ପରିଡା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




