କଣ୍ଟାମାଳ ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ


କଣ୍ଟାମାଳ, ୨୫/୮ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ରୁଣ୍ଡିମହୁଲ ଦଧିବାବନ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନିରଞ୍ଜନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶରେ ସଂସ୍କୃତର ପୂର୍ବ ଓ ପରର ଉପାଦେୟତା ଓ ଉପଯୋଗୀତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମନୋରଞ୍ଜନ ସାହୁ, ଶିକ୍ଷୟିତ୍ରୀ ହେମବନ୍ତି ବାଘ ଓ ଏମ.ମାଧୁରୀ ଡୋରା ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଧୁନିକ ଯୁଗରେ ସଂସ୍କୃତର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ l ପରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କ ତତ୍ତ୍ଵାବଧାନରେ ପିଲାଙ୍କ ମଧ୍ୟରେ ସଂସ୍କୃତ ସମ୍ଭାଷଣ ଓ ସଂଗୀତ ପ୍ରତିଯୋଗିତା ହୋଇଥିଲା l ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସହଭାଗିତା ପ୍ରମାଣପତ୍ର ଦ୍ୱାରା ପୁରସ୍କୃତ କରାଯାଇଥିଲା l ସ୍କୁଲର କ୍ରୀଡା ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସୁଜିତ ତରିଆ, ସତ୍ୟଜିତ ପଣ୍ଡା, ଆଲୋକ ପରଡ଼ିଆ, ଦୁଷ୍ମନ୍ତ ବିଶ୍ୱାଳ, ଦେବାଶ୍ରିତ ପ୍ରଧାନ, ନବ କୁମାର, ମୀରାବାଈ ଧରୁଆ, ସୁପ୍ରିୟା ପ୍ରିୟଦର୍ଶିନୀ, ମନୋଜ ବନଛୋର ଆଦି ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉପସ୍ଥିତ ରହିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




