ଭାଦ୍ର ପରିକ୍ରମା ସତସଙ୍ଗ


ପରମ ପ୍ରମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପବିତ୍ର ଜନ୍ମ ମାସ ଆଜକୁ ଚାରି ଦିନ ହେବସାରା ବିଶ୍ୱରେ ଦୀର୍ଘ ଏକ ମାସ ବ୍ୟାପି ଭାଦ୍ର ପରିକ୍ରମା ସତସଙ୍ଗ ଅନୁଷ୍ଠିତ ହେଉଅଛି,ଏହି ପରୀ ପ୍ରେକ୍ଷୀରେ ଗତକାଲି ଛତିଆ ସତସଙ୍ଗ କେନ୍ଦ୍ର ଠାରେ ସ୍ବର୍ଗତ ଇଞ୍ଜିନିଅର କୈଳାସ ସାମଲ ଙ୍କ ଧର୍ମ ପତ୍ନୀ ଅଳ୍ପନା ମା ଙ୍କ ତତ୍ୱା ବଧାନ ରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା, ଚଣ୍ଡିଖୋଲ ସତସଙ୍ଗ ବିହାର ସଭାପତି ସତ୍ୟ ପିର ନାୟକ ଏଥିରେ ଅଧକ୍ଷତା କରିଥିଲେ,ସମବେତ ପ୍ରାର୍ଥନା ପରେ ସଂଗୀତାଞ୍ଜଳି କାର୍ଯ୍ୟ କ୍ରମଆରମ୍ଭ ହୋଇଥିଲା, ସମୀକ୍ଷା ମହାରଣା,ଜ୍ୟୋତିରିନ୍ଦ୍ର ଦାସ,ସ୍ୱରୂପା ଦାଶ ଭକ୍ତି ସଂଗୀତ, ମିହିର ରଞ୍ଜନ ଜେନା କୋରସ ଓ ଧର୍ମ ଯାଜକ କାର୍ତିକ ରାଉତ କୀର୍ତନ ପରିବେଷଣ କରିଥିଲେ, ସହ ପ୍ରତି ଋତ୍ଵିକ ତଥା ଛତିଆ ସତସଙ୍ଗ କେନ୍ଦ୍ର ସମ୍ପାଦକ ଫକୀର ଚରଣ ପୃଷ୍ଟି ନାରାୟଣ ଚନ୍ଦ୍ର ପ୍ରଧାନ କେଦାର ସ୍ୱର ସାହୁ ଅଧର୍ଜୁ କର୍ମୀ ସନାତନ ଲେଙ୍କା, ଖାରବେଳ ସେଠ୍,ଅଭିମନ୍ୟୁ ସାମନ୍ତ ରାୟ ଯାଜକ କର୍ମୀ ପ୍ରମୋଦ ରାଉତ ରାୟ ଶଶୀ ଭୂଷଣ ପ୍ରଧାନ ଓ ଗଣେଶ୍ୱର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଶ୍ରୀ ଶ୍ରୀ ଠାକୁର ଙ୍କ ବାଲ୍ୟ ଲୀଳା ଉପରେ ଆଲୋଚନା ରଖିଥିଲେ,




