State

ଭୁବନ କାପୁଡିଆ ଓ ପାଟରା ସମାଜ ତରଫରୁ ଗହ୍ମାଃ ପର୍ବ ଓ ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳିତ ।

ଢେଙ୍କାନାଳ ଜିଲ୍ଲା ଭୁବନରେ ଭୁବନ କାପୁଡିଆ ଓ ପାଟରା ସମାଜ ତରଫରୁ ପବିତ୍ର ରକ୍ଷାବନ୍ଧନ ଗହ୍ମାପର୍ବ ଓ ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏହି ଦିନ ସକାଳୁ ଭୁବନ ପାଟରା ସମାଜ ର କର୍ମକର୍ତ୍ତା, ଥାନପତୀ, ବଡ ଥାନପତୀ ଓ ଭାଈ ଗୋସେଇଁ ମାନେ ବଡ଼ହାଟ ସ୍ଥିତ କୋଠଘର (ଶ୍ରୀଗୁଣ୍ଡିଚା ମନ୍ଦିର)ଠାରୁ ଘଣ୍ଟ ବାଦ୍ୟ ସାଥିରେ ନେଇ ସ୍ଥାନୀୟ ତ୍ରିଦେବ ଜିୟୁ ମନ୍ଦିର ରେ ସ୍ଵତନ୍ତ୍ର ପାଟ ସେବା ମାଧ୍ୟମରେ ପାଟ ରାକ୍ଷୀ ଓ ପାଟ ବସ୍ତ୍ର ଲାଗି କରାଯାଇ ସନ୍ଧ୍ୟାରେ ନଗର ପରିକ୍ରମା ପାଇଁ ଆଜ୍ଞାମାଳ ଧରି ଆସିବା ପରେ ରୀତି ନୀତି ଅନୁଯାୟୀ କୋଠ ଠାକୁର ଜାତିର ଇଷ୍ଟ ବଳଭଦ୍ର ଦେବ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସନ୍ଧ୍ୟାରେ ଇଷ୍ଟ ଦେବ ବଳଭଦ୍ର ଙ୍କୁ ସୁସଜ୍ଜିତ ବିମାନ ରେ ନଗର ପରିକ୍ରମା ପୂର୍ବକ ପାଟରା ଭାଈ ଗୋସେଇଁ ମାନଙ୍କ ଘରେ ପୂଜାର୍ଚ୍ଚନା କରାଯାଇଥିଲା।ସଭାପତି ଅରୁଣ କୁମାର ସାହୁ,କାର୍ଯ୍ୟକାରୀ ସଭାପତି ସୁବ୍ରତ କୁମାର ସାହୁ, ସଧାରଣ ସମ୍ପାଦକ ମନୋଜ କୁମାର ସାହୁ,ଉପସଭାପତି ସମରେନ୍ଦ୍ର ମହାନ୍ତି,ସହ ସମ୍ପାଦକ କାଳନ୍ଦୀ ଚରଣ ସାହୁ,କୋଷାଧ୍ୟକ୍ଷ ନନ୍ଦ କିଶୋର ସାହୁ ଙ୍କ ସହ ବରିଷ୍ଠ ମୂରବୀ ଗଗନ ବିହାରୀ ସାହୁ, ସନାତନ ପାତ୍ର, କୋଦଣ୍ଡ ଧର ମାହାନ୍ତି, ନାରାୟଣ ପୃଷ୍ଟି, ଓ ରମେଶ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଉତ୍ସବ ପରିଚାଳନା କରାଯାଇଥିବା ବେଳେ ସମସ୍ତ ସଦସ୍ୟ ଙ୍କ ସହ କେତନ ସାହୁ ଓ ଧନେଶ୍ଵର ସାହୁ ପ୍ରମୁଖ ଭାବେ ସହଯୋଗ କରିଥିଲେ। ସେହିପରି ବେହେରା ସାହି ସ୍ଥିତ ଭୁବନ କାପୁଡିଆ ସମାଜ ଷାଠୀ ଘରେ ରୀତିନୀତି ଅନୁଯାୟୀ ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଧୁପ,ଦୀପ ଓ ହୋମ କରାଯାଇ ରକ୍ଷାବନ୍ଧନ ସରିବା ପରେ ଗୋ ପୂଜନ କରାଯାଇଥିଲା । ଏହା ପରେ ପୂଜ୍ୟପୂଜା ବରିଷ୍ଠ , କାପୁଡିଆ ସମାଜର ସମସ୍ତ ବେହେରା ଓ ପରିମାଣିକଙ୍କୁ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯିବା ପରେ ସଂକୀର୍ତନ, ବାଜା ସହିତ ପାରମ୍ପରିକ ଆଖଡ଼ା ନୃତ୍ୟ ସହିତ ପ୍ରଭୁ ବଳଦେବଜୀଉଙ୍କୁ ବିମାନରେ ନଗର ପରିକ୍ରମା କରାଯାଇଛି। ଏହି ଅବସରରେ କାପୁଡିଆ ସମାଜର ସମସ୍ତ ବରିଷ୍ଠ ଓ ଯୁବକ ମାନେ ଯାତ୍ରାରେ ସାମିଲ୍ ହୋଇଥିଲେ । ବିଶେଷ କରି ଚଳିତ ବର୍ଷ କାପୁଡିଆ ଯୁବକମାନଙ୍କର ମୂଖ୍ୟ ଭୁମିକା ରହିଥିଲା ।
ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button