ସିଦ୍ଧଳ ଜଗନ୍ନାଥ ମନ୍ଦିରରେ,ପଞ୍ଚରାତ୍ର ର ଚତୁର୍ଥ ସଂଧ୍ୟା।


ତିର୍ତ୍ତୋଲ :–ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଯୋଗୁଁ ବିପଥଗାମୀ ମନୁଷ୍ୟର ଆଧ୍ୟାତ୍ମିକ ଦିଗ ସରଳ ହୋଇଥାଏ ବୋଲି, ପ୍ରତ୍ୟେକ ଦେବାଦେବୀ ଙ୍କ ସ୍ଥଳରେ ସ୍ଥାନୀୟ ପରିଚାଳନା ସଂଗଠନ ର କାର୍ଯ୍ୟକର୍ତ୍ତା ମାନେ ଆୟୋଜନ କରିଥାନ୍ତି ଜଗନ୍ନାଥ ଚେତନାତ୍ମକ ଆଧ୍ୟାତ୍ମିକ ପ୍ରବଚନ !ଜଗନ୍ନାଥଙ୍କ କଥାବସ୍ତୁ ଉପରେ ଆଧାରିତ ସ୍କନ୍ଧ ପୁରାଣ ର ନିଗୁଢ଼ ରହସ୍ୟକୁ ଲୋକଲୋଚନ କୁ ଆଣିବା ପାଇଁ, ଯେଉଁ କେତୋଟି ଅନୁଷ୍ଠାନ ପ୍ରୟାସ କରିଛନ୍ତି, ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ସିଦ୍ଧଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅନ୍ୟତମ !ଖବର ଅନୁସାରେ ଗତ ୧୭ ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା, ଜଗନ୍ନାଥ ପଞ୍ଚରାତ୍ର ର ୪ର୍ଥ ସନ୍ଧ୍ୟା ରେ ଅନୁଷ୍ଠାନର ମାର୍ଗଦର୍ଶକ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଟ୍ରଷ୍ଟ ର ରାଷ୍ଟ୍ରୀୟ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇଥିଲେ !ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ଅରୁଣ କୁମାର ପଣ୍ଡା ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ବ୍ୟାସ ଭାବରେ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଉପଵେଶନ ପୂର୍ବକ ସ୍କନ୍ଧ ପୁରାଣ କୁ ପ୍ରତ୍ୟେହ ପାଠ କରନ୍ତି !ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚ ଉଦଘାଟନ କରାଯିବା ପରେ ପ୍ରବଚନ ଚାଲିଥିଲା !୪ର୍ଥ ସନ୍ଧ୍ୟା ରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ଦ୍ଵାରା ଶ୍ରୀକ୍ଷେତ୍ରରେ ଯଜ୍ଞ , ନୃସିଂହ ମୂର୍ତ୍ତି ଓ ଚତୁର୍ଦ୍ଧା ବିଗ୍ରହ ଦର୍ଶନ ଓ ପଞ୍ଚତୀର୍ଥ ମାହାତ୍ମ୍ୟ ପ୍ରସଙ୍ଗ ସହିତ, ଜଗନ୍ନାଥ ସଂସ୍କୃତି ର ବହୁ ଆଧ୍ୟାତ୍ମିକ ତତ୍ତ୍ଵ ଓ ତଥ୍ୟ ବିଷୟ ରେ ବାଵା ସତ୍ୟାନନ୍ଦ ଦାସ ମହାରାଜ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ !ସହସ୍ରାଧିକ ଭଗବତ ପ୍ରେମୀ ଶ୍ରାଦ୍ଧକୁ ଭକ୍ତମାନେ ଉପସ୍ଥିତ ରହି ଜଗନ୍ନାଥ କଥାମୃତ ଶ୍ରବଣ କରି ଭାବବିହ୍ୱଳ ହୋଇ ଉଠିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କାଳୀକିଙ୍କର ଆଚାର୍ଯ୍ୟ , ଅଜୟ କୁମାର ଦାଶ, କିଶୋର ଦାଶ , ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ , ଆଶିଷ ମହାପାତ୍ର , ସୁରେନ୍ଦ୍ର ସାହୁ , ସୁଶାନ୍ତ ବେହେରା , ସାରଦା ବେହେରା, ପଣ୍ତିତ ପ୍ରଫୁଲ୍ଲ କୁମାର ସାହୁ, ଶୁକଦେବ ବେହେରା ଓ ଅଭୟ କୁମାର ଦାଶ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। , ଆସନ୍ତା ୨୧ ତାରିଖ ବୁଧବାର ଦିନ ଏହି ଜଗନ୍ନାଥ ପଞ୍ଚରାତ୍ର ପ୍ରବଚନ ଉଦଯାପନ ଉପଲକ୍ଷେ ବିଶ୍ଵକଲ୍ୟାଣ ଯଜ୍ଞ ରେ ଆହୁତି ପ୍ରଦାନ କରାଯିବ ବୋଲି, କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି।
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




