କଣ୍ଟାମାଳ ହାଇ ସ୍କୁଲରେ ରକ୍ଷାବନ୍ଧନ ପାଳିଲେ ଛାତ୍ରଛାତ୍ରୀ


କଣ୍ଟାମାଳ, ୨୦ /୮ : (ପ୍ରଭାତ କୁମାର ସାହୁ) ବୃକ୍ଷ ଆମର ପ୍ରକୃତ ଭାଇ,ବୃକ୍ଷ ଆମର ପ୍ରକୃତ ବନ୍ଧୁ ନାରା ଦେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ଛତ୍ରଛାତ୍ରୀମାନେ ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ବୃକ୍ଷ ଗୁଡ଼ିକୁ ରାକ୍ଷୀ ବାନ୍ଧିଥିଲେ । ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ୟୁନିଟ ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା। ସଭାରେ ଶ୍ରୀ ପ୍ରଧାନ ବୃକ୍ଷ ସଦାସର୍ବଦା ଦାତବ୍ୟ ଭାବରେ ମାନବ ସମାଜ ପାଇଁ ହିତ ସାଧନ କରିଥାଏ ଏବଂ ବୃକ୍ଷ ସମାଜକୁ ନିଜର ସର୍ବସ୍ୱ ପ୍ରଦାନ କରିଥାଏ ଯଥା କାଠ, ଜାଳେଣୀ,ଫୁଲ, ଫଳ, ମହୁ, ଝୁଣା, ଓଷଧୀୟ ଦ୍ରବ୍ଯ ,ଗୃହଉପକରଣ ଓ ଅମ୍ଳଜାନ ଏପରି ବୃକ୍ଷର ମହତ ଗୁଣ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆଲୋକପାତ କରାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁଜିତ୍ କୁମାର ତରିଆ,ସତ୍ୟଜିତ ପଣ୍ଡା,ଆଲୋକ କୁମାର ପରଡ଼ିଆ,ଦୁଷ୍ମନ୍ତ ବିଶ୍ଵାଳ,ଶିକ୍ଷୟତ୍ରୀ ଏମ. ମାଧୁରୀ ଦୋରା,ଗୀତାଞ୍ଜଳୀ ପ୍ରଧାନ, ସୁପ୍ରିୟା ପ୍ରିୟଦର୍ଶିନୀ ,ମିରବାଇ ଧାରୁଆ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ପ୍ରଧାନ ପରିଚାଳନା କରିଥିଲା ବେଳେ ଜୁନିୟର ରେଡ଼କ୍ରସ କାଉନସେଲର ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




