Education

ବୃନ୍ଦାବତୀ ବିହାର ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୃନ୍ଦାବତୀ ବିହାର ଠାରେ ରକ୍ଷାବନ୍ଧନ ଓ ଗଙ୍ଗାଧର ଜୟନ୍ତୀ ମହାସମାରୋହରେ ପାଳିତ ସୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ପୌର ସଂସ୍ଥାର ଓ୍ବାର୍ଡ ନଂ ୭ ର କାଉନସିଲର ଶ୍ରୀଯୁକ୍ତ ଶିବ ସାହୁ ଯୋଗଦାନ କରିଥିଲେ।ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ସଭାପତିତ୍ବ କରିଥିଲାବେଳେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରାକେଶ କୁମାର ସାହୁ ପୂର୍ଣ୍ଣ ସମୟ ଉପସ୍ଥିତ ରହି ଶିଶୁଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ।ମହେନ୍ଦ୍ର ଗୁରୁଜୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଶିଶୁ ଭାଇ ଭଉଣୀ ଓ କ୍ଷୀରୋଦ ଗୁରୁଜୀ ତଥା ନିର୍ମଳ ଗୁରୁଜୀଙ୍କ ଦ୍ବାରା ରକ୍ଷାବନ୍ଧନ ଓ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ବିଷୟରେ ଉଦବୋଧନ ପରେ ଜ୍ୟୋତିର୍ମୟ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଶିଶୁ ଭାଇ ଭଉଣୀ, ଅତିଥି, ଗୁରୁଜୀ, ଗୁରୁମା,ଗୋ ମାତା ବୃକ୍ଷ ଦେବତାଙ୍କୁ ରକ୍ଷା ସୂତ୍ର ବନ୍ଧନ କରାଯାଇ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା। ପରିଶେଷରେ ଶିଶୁ ବାଟିକାର କୁନି କଳାକାରଙ୍କ ଦ୍ବାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ସମସ୍ତଙ୍କ ମନ ମୋହି ଥିଲା ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button