ତିସମାର ଖାନ ହେଲେ ତିନି ସିଆରସିସି. ତିର୍ତ୍ତୋଲ ଶିକ୍ଷାମଣ୍ଡଳ ରେ ଚାଲିଛି ଗୁପ୍ତ ଖେଳ !


“ମୁଁ ନିର୍ଦୋଷ, ମୋତେ କିଛି ଜଣା ନାହିଁ, ମିଛଟାରେ ବଦନାମ୍ କରୁଛନ୍ତି ମୋତେ !ଦୁଇଦୁଇଟା ବ୍ଲକ ଦାୟିତ୍ୱ ଦିଆଯାଇଛି, ତିନୋଟି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦାୟିତ୍ୱରେ ଅଛି !ମୁଁ କିପରି ଏତେ କଥା ଜାଣିବି ?କଣ କୋଉଠି ହେଉଛି !”ଏକଥା ଖୋଲାଖୋଲି କହୁଛନ୍ତି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ମହାଶୟ !ଘଟଣା ଅନୁସାରେ ଆଜିର ଦିନରେ ଦୀର୍ଘ ବର୍ଷରୁ କ୍ଲଷ୍ଟର ଦାୟିତ୍ୱରେ ଥିବା ତିନିଜଣ ସିଆରସିସି ଙ୍କ କାର୍ଯ୍ୟକାଳ ଗୋଟିଏ କ୍ଲଷ୍ଟର ପାଇଁ କେତେଦିନ ବୋଲି ତିର୍ତ୍ତୋଲବାସୀ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି !ଏହି ଭଦ୍ର ସିଆରସିସି ମହାଶୟ ମାନେ ମଣ୍ଡଳ ଶିକ୍ଷାଧିକାରୀ ଅଫିସ ରେ ଚଳାଉଛନ୍ତି ହୁକୁମତ !ଏଇମାନଙ୍କ ଦ୍ୱାରା ସମସ୍ତ ଉନ୍ନୟନ ମୂଳକ ସରକାରୀ ପ୍ରୋଗ୍ରାମ କରାଯାଉଛି !ଏମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଆସୁଛି ଲକ୍ଷାଧିକ ଟଙ୍କା !କୋଉଠୁ ପୋଷକ କ୍ରୟ ହେବ, କୋଉଠୁ ଜୋତା ଅଣାଯିବ, କୋଉ ବିଦ୍ୟାଳୟ କୁ କେତେବେଳେ ଆଉ କେତେ ଚାଉଳ ଯିବ, ସ୍କୁଲ ମରାମତି ପାଇଁ କେତେ ଅର୍ଥ କୋଉ ବିଦ୍ୟାଳୟ କୁ ଯିବ,ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୋଗେଇ ଦିଆଯାଉଥିବା ଭିଟାମିନ, ଆଇରନ ଟାବଲେଟ କୋଉ ସ୍କୁଲକୁ ଯିବ କି ନାହିଁ,ଏସବୁର ବଣ୍ଟୱାରା ତିନି ସିଆରସିସି ଙ୍କ ନିୟନ୍ତ୍ରଣ ରେ ହୁଏ !କୌଣସି ଅଭିଯୋଗ ଯେବେ କେହି ଅବିଭାବକ କିମ୍ବା ଶିକ୍ଷକ /ଶିକ୍ଷୟିତ୍ରୀ ନେଇକି ଶିକ୍ଷାଧିକାରୀଙ୍କୁ ଭେଟିବାକୁ ଚାହିଁଛନ୍ତି ସେମାନଙ୍କୁ ପ୍ରଥମେ ଏଇ ତିନି ବସୁଆବଳଦ ଙ୍କୁ ଭେଟି ମୁଣ୍ଡିଆ ମାରିବାକୁ ପଡିଛି !ଶିକ୍ଷାଧିକାରୀ ଏସମସ୍ତ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ତାଙ୍କ କଥାରୁ ଜଣାପଡେ !ଏଠାରେ ତିସମାର ଖାନ ପାଲଟିଛନ୍ତି ତିନି ସିଆରସିସି !ଲୁଟି ଚାଲିଛନ୍ତି ଲକ୍ଷଲକ୍ଷ ଟଙ୍କା !ପ୍ରଶ୍ନ ଉଠୁଛି ବାସ୍ତବରେ ଶିକ୍ଷାଧିକାରୀ କିଛି ଜାଣି ନାହାନ୍ତି ନା ସବୁଜାଣି ଘଣ୍ଟ ଘୋଡାଉଛନ୍ତି ? ଭିତିରିଆ ଅନ୍ଧାରି କାରବାରରେ ଲିପ୍ତ ନାହାନ୍ତି ତ ଶିକ୍ଷାଧିକାରୀ ??ସିଆରସିସି ଙ୍କୁ ଏତେ କ୍ଷମତା ଦେଲା କିଏ ? ଦୀର୍ଘ ବର୍ଷ ଧରି ଗୋଟିଏ ଗୋଟିଏ କ୍ଲଷ୍ଟର ରେ ରହିଛନ୍ତି କାହା ବହୁ ବଳରେ ?? ଏମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ କୁ ଲକ୍ଷାଧିକ ଟଙ୍କା କିଏ ଓ କୋଉ ସ୍ୱାର୍ଥରେ ଛାଡ଼ୁଛି ??? ଏସବୁର ସିବିଆଇ ତଦନ୍ତ ହେବା ଜରୁରୀ ନୁହେଁ କି ??? ନିକଟରେ ଶେଷ ହୋଇଥିବା ଭିଜିନିଙ୍ଗ କୁ କରେଇ ନଦେବାକୁ ପ୍ରୟାସ କରିଥିବା ତିସମାରଖାନ ନୂତନ ଭାବେ ସିଆରସିସି ପଦବୀ ପାଇଁ ଆବେଦନ କରିଥିବା ୧୧ ଜଣ ଶିକ୍ଷକ ଙ୍କୁ ବିଭିନ୍ନ ଉପାୟରେ ବଶ କରେଇବାକୁ ଚେଷ୍ଟା କରି ବିଫଳ ହେବାରୁ ଭିଜିନିଙ୍ଗ କୁ ନଆସିବାକୁ ଧମକ ମଧ୍ୟ ଦେଇଥିବାର ଖବର ପ୍ରଚାରିତ ହେବାରେ ଲାଗିଛି !କେତେ ଟଙ୍କା ଦେଇ ଉପରିସ୍ଥ ଅଫିସର ଙ୍କ ମୁଖକୁ ଚୁପ କରେଇ ଛନ୍ତି ଯେ ମୁହଁ ଖୋଲିବାକୁ କିମ୍ବା ଏମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ବି କରି ପାରୁ ନାହାନ୍ତି !ବାସ୍ତବରେ ବିକ୍ରୀ ଖରିଦ ଢାଞ୍ଚାରେ ଚାଲିଛି କି ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ବିଭାଗ ?ସବୁଠୁଁ ବଡ ବିଷୟ ହେଉଛି ଯେ ଜଣେ ଶିକ୍ଷାଧିକାରୀଙ୍କୁ ୫ ଟା ଦାୟିତ୍ୱରେ କାର୍ଯ୍ୟଭାର ବହନ କରିବା ! ଏପରି ଖବର ବୋଧହୁଏ ତିର୍ତ୍ତୋଲ ପରି ଦୁର୍ନୀତିପୂର୍ଣ୍ଣ ଶିକ୍ଷାବିଭାଗ ପାଇଁ ସବୁଠୁଁ ଆଶ୍ଚର୍ଯ୍ୟ ! ଏସବୁ ନିଯୁକ୍ତି ରେ କାହାର ହାତ ରହୁଛି ? ଦିନକୁଦିନ ରହସ୍ୟମୟ ଲାଗୁଛି ତିର୍ତ୍ତୋଲ ଶିକ୍ଷାବିଭାଗ !ଏସବୁର ଅନ୍ତ ହେବ କେବେ ?କେତେଦିନ ଦୁର୍ନୀତିରେ ବୁଡିରହିବ ତିର୍ତ୍ତୋଲ ଶିକ୍ଷା ମଣ୍ଡଳ ?? କିଏ କରିବ ଏଇ ଦୁର୍ନୀତିର ପର୍ଦାଫାଶ ???
ତିର୍ତ୍ତୋଲ ଶିକ୍ଷା ବିଭାଗକୁ ଶାହା ହେବ କିଏ ??? ଦେଖିବାକୁ ରହିଲା ତିର୍ତ୍ତୋଲ ପାଇଁ ନୂଆ ସରକାରଙ୍କ ନୂଆ ଖେଳ ଆରମ୍ଭ ହେବ କେବେ ???
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




