Country

ଯୋଗୀନ୍ଦ୍ରପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ,17:08:2024ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି I ଏଲଏନଟିକଷ୍ଟ୍ରକ୍ସନ ଏବଂ ହାଇସ୍କୁଲ ର ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଠାରେ ବିଭିନ୍ନ କିସମ ର ବୃକ୍ଷ ରୋପଣ କରାଯାଇଛି I ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଝୁନୁ ପ୍ରଧାନ ଯୋଗଦେଇ ଜଣପ୍ରତି ଗୋଟିଏ ବୃକ୍ଷ ରୋପଣ କରିବା ନିହାତି ଦରକାର ବୋଲି ଛାତ୍ରଛାତ୍ରୀଙ୍କୁ ଉପଦେଶ ସହ ବୃକ୍ଷରୋପଣ ରଖିଥିଲେ l ସ୍କୁଲ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସିନୀ ମେହେର, ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ, ସମୀର କୁମାର ପୃଷ୍ଟି, ମକୁନ୍ଦ ଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ରାଣୀ ଜ୍ୟୋତିର୍ମୟୀ ସାହୁ, ଏଲ ଏନ ଟି କଷ୍ତ୍ରକ୍ସନ କର୍ମଚାରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ସମସ୍ତେ ବୃକ୍ଷରୋପଣ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button