Country

ସୋଲର ରେ ସତସଙ୍ଗ

-ବଡ଼ଚଣା ବ୍ଲକ ସୋଲର ପଂଚାୟତ ସୋଲର ଗ୍ରାମ ରେ ଆଜି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପୁଣ୍ୟ ସତସଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି, ଗୀତାଞ୍ଜଳି ରାଉତ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ସତସଙ୍ଗ ରେ ଚଣ୍ଡିଖୋଲ ସତସଙ୍ଗ ବିହାର ସଭାପତି ସତ୍ୟପୀର ନାୟକ ଅଧକ୍ଷତା କରିଥିଲେ, ସହ ପ୍ରତି ଋତ୍ଵିକ ଫକୀର ଚରଣ ପୃଷ୍ଟି ପଦ୍ମ ନାଭ ସାହୁ ବାମନ ଚରଣ ସାହୁ ରଞ୍ଜନ କୁମାର ଧଳ ନାରାୟଣ ଚନ୍ଦ୍ର ପ୍ରଧାନ କେଦାର ନାଥ ସାହୁ ପାଞ୍ଜା ଧାରୀ କର୍ମୀ ପ୍ରମୋଦ ରାଉତ ବିଜୟ ସ୍ୱାଇଁ ମାନସଦାସ ପ୍ରମୁଖ ଉପସ୍ଥିତ ରହିଥିଲେ, କର୍ମୀ ଅଶୋକ ଦାସ ଅତିଥି ପରିଚୟ, କଟକ ଯୋବ୍ରା ସତସଙ୍ଗ ଉପ ଯୋଜନା କେନ୍ଦ୍ର ଇନ ଚାର୍ଜ ଶ୍ରୀ ନିବାସ ବେହେରା ସ୍ୱାଗତ ଭାଷଣ ଓ ଫକୀର ଭାଇ ଠାକୁର ଙ୍କ ଦିବ୍ୟ ଜୀବନୀ ଉପରେ ଆଲୋକ ପାତ କରିଥିଲେ, ଅଧର୍ଜୁ ଅନନ୍ତ ଚରଣ ସାମଲ କୀର୍ତନ, ଓ ହୈମୟନ୍ତୀ ଲେଙ୍କା ଭକ୍ତି ସଂଗୀତ ଗାନ କରିଥିଲେ,ଧର୍ମ ଯାଜକ,ସାମ୍ବାଦିକ କାର୍ତିକ ରାଉତ ଉଦଯାପନୀ ସଂଗୀତ ଗାନ କରିଥିଲେ,ସୋଲର ଗ୍ରାମ ସତସଙ୍ଗ ର ପ୍ରାଣ ପ୍ରତିଷ୍ଠାତା ଧର୍ମ ଯାଜକ ସ୍ବର୍ଗତ ରତ୍ନାକର ରାଉତ ଙ୍କ ବିଧେଇ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ଠାକୁର ଙ୍କ ପାଖରେ କରାଯାଇଥିଲା, ଅମୁଲ୍ୟ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ

Related Articles

Back to top button