Country

ଦେଶର 78ତମ ସ୍ୱାଧୀନତା ଦିବସ ଅବସର ରେ ସୋଲର ଉର୍ଣ୍ଣିତ ପ୍ରକଳ୍ପ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୋଲର ପଂଚାୟତ ସମିତି ସଭ୍ୟ ସଞ୍ଜୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକାଉତ୍ତଳନ କରିଥିଲେ

ଦେଶର 78ତମ ସ୍ୱାଧୀନତା ଦିବସ ଅବସର ରେ ସୋଲର ଉର୍ଣ୍ଣିତ ପ୍ରକଳ୍ପ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୋଲର ପଂଚାୟତ ସମିତି ସଭ୍ୟ ସଞ୍ଜୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକାଉତ୍ତଳନ କରିଥିଲେ,ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସ୍ୱାଧୀନତା ଦିବସ ଉପରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, କୃତୀ ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ, ପେନ ଓ ଅର୍ଥ ରାଶି ପ୍ରଦାନ କରିଥିଲେ, ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସେଠି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଉତ୍ତମ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ, ଛତିଆ ଇଛା ନଗର ପାଟଣା ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ରଶ୍ମିତା ମହାନ୍ତିମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କ ଉଦେଶ୍ବରେ ନିଜର ବହୁ ମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ,ପୂର୍ବତନ ପରିଚାଳନା କମିଟି ସଭାପତି ରମେଶ ବିଶ୍ୱାଳ ସମ୍ମାନିତ ଅତୀତ ଭାବେ ଯୋଗ ଦେଇଥିଲେ, ଏସଏମସି ଚେୟାର ପର୍ସନ ପ୍ରମୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସଭ୍ୟ /ସଭ୍ୟା ଏଥିରେ ସହଯୋଗ କରିଥିଲେ,,

Related Articles

Back to top button