Country

୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବେଦଦ୍ୟୁତି ପୃଷ୍ଟି ଙ୍କ ପ୍ରତିକ୍ରିୟା

ତିର୍ତ୍ତୋଲ ::- ଦେଶ ଆଜି ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ !ଦେଶର ସବୁ ସରକାରୀ ବେସରକାରୀ ଅନୁଷ୍ଠାନ, ଶିକ୍ଷା କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରେସକ୍ଳବ, ଓକିଲ ସଂଘ, ସାମାଜିକ ପ୍ରତିଷ୍ଠାନ, ତଥା ପ୍ରତି ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଫରଫର ହୋଇ ଉଡୁଛି ଦେଶର ଗୌରବ ଗାଥାକୁ ସମ୍ମାନ ଜଣାଇ !ଭାରତମାତା କୀ ଜୟଗାନ ସହିତ ରାଷ୍ଟ୍ରୀୟ ଗାନ ଜନଗଣ ମନ ଅଧିନାୟକ ଜୟ ହେ ଗୁଞ୍ଜରିତ ହେଉଛି ଦେଶର ପୁରପଲ୍ଲୀରେ !ଦେଶ ଭକ୍ତିର ମାହୋଲ କିଛି ସମୟ ପାଇଁ ବଦଳେଇ ଦେଇଛି ନାଗରିକ ମାନଙ୍କ ହୃଦୟକୁ !ଏକଦା ଫିରିଙ୍ଗିର ଶାସନ ଏ ଦେଶକୁ ଖିନଭୀନ କରି ଦେଇ ଥିବାର ବାର୍ତ୍ତା ବର୍ତ୍ତମାନ ର ନାଗରିକ ଙ୍କ ଉପରେ ଅନେକ ମାତ୍ରାରେ ଦୁଃଖ ପାହୁଞ୍ଚେଇ ଥିବା ବେଳେ ସ୍ୱାଧୀନ ଭାରତର ଶାସନ ତାଠାରୁ ଭୟଙ୍କର ହୋଇ ପଡିଥିବାର ଦୁଃଖରେ ସମସ୍ତେ ମ୍ରିୟମାଣ !ଶାସନ ସାଜିଛି ଦୁର୍ନୀତିର ଠିକାଦାର !ବ୍ଲକ ଠାରୁ ବହୁ ସରକାରୀ ଅନୁଷ୍ଠାନ ବୁଡି ଦୁର୍ନୀତିରେ ଉବୁଟୁବୁ ହେଉଥିବାର ଜାଣି ମଧ୍ୟ ତାର ପ୍ରତିକାର ପାଇଁ ସରକାରୀ ସ୍ତରରେ କୌଣସି ସୁବ୍ୟବସ୍ଥା ନଥିବାରୁ ଠିକାଦାର, ଯନ୍ତ୍ରୀ ଖୁଲମଖୁଲା କରି ଚାଲିଛନ୍ତି ଦୁର୍ନୀତି !ଦେଶରେ ନିଯୁକ୍ତି ହାର ନାହିଁ କହିଲେ ଚଳେ, ଯାହା ଵା କାଁ ଭାଁ କିଛି ସୁଯୋଗ ବାହାରୁଛି ତାହା ଅର୍ଥରେ ନିଲାମ ହେଉଛି ! ବଢ଼ି ଚାଲିଛି ବେରୋଜଗାର !ସାଧାରଣ ମୌଳିକ ଅଧିକାର ପାଇପାରୁ ନାହାନ୍ତି ଗରିବ ଖଟିଖିଆ !ନିତ୍ୟ ବ୍ୟବହୃତ ପଦାର୍ଥ ର ଆକାଶ ଛୁଆଁ ମୂଲ୍ୟ ସବୁ ବର୍ଗର ଲୋକଙ୍କ ମେରୁଦଣ୍ଡ କୁ ଦୁର୍ବଳ କରି ରଖିଛି ! ଏହା କଣ ସ୍ୱାଧୀନ ଭାରତର ପରିଚୟ ବୋଲି ଅନେକ ବୁଦ୍ଧିଜୀବୀ ଚର୍ଚ୍ଚା କରୁଥିବାର ଶୁଣିବାକୁ ମିଳିଛି !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ର ବିକାଶ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ତଥା ବିକାଶ ମଞ୍ଚର ସଭାପତି ଶ୍ରୀ ବୈରାଗୀ ଚରଣ ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସାମୁହିକ ରାଷ୍ଟ୍ରୀୟ ଗାନ କରାଯାଇଥିଲା !ସ୍ୱାଧୀନତା ପୂର୍ବର ଓ ସ୍ୱାଧୀନତା ପରର ରାଷ୍ଟ୍ର ନାୟକ ଓ ସ୍ୱତନ୍ତ୍ରତା ସେନାନୀ ମାନଙ୍କ ଉଦ୍ଦେଶ୍ୟରେ ସମ୍ମାନର ସହିତ ଜୟଧ୍ୱନି କରାଯାଇ, ଦେଶ ଓ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ !ଏସବୁ କାର୍ଯ୍ୟକ୍ରମ କୁ ସୁବାସ ଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ମଲ୍ଲିକ, ଜ୍ଞାନ ରଞ୍ଜନ କର, ଚନ୍ଦ୍ରମଣି ଦାସ, ଦିଲ୍ଲୀପ ବେହେରା, ମାନସ ରଞ୍ଜନ ସେଠୀ, ବିଜୟ ବାରିକ, ରବୀନ୍ଦ୍ର ବାରିକ, କଙ୍କଣ ସାହୁ, ବିଜୟ ସାହୁ, ସଞ୍ଜୟ ସାହୁ, ରବୀନ୍ଦ୍ର ଦାସ, ରାଜେଶ ସେଠୀ, ଦେବାଶିଷ ମାଝୀ, ଏବଂ ଶୁକଦେବ ବେହେରା ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ !ବର୍ତ୍ତମାନ ର ସ୍ୱାଧୀନ ଭାରତ ର ବହୁମୁଖୀ ସମସ୍ୟା ଉପରେ ପ୍ରତିକ୍ରିୟା ରଖିଥିଲେ ଯୁବ ସମାଜସେବୀ ଇଂ. ବେଦଦ୍ୟୁତି ପୃଷ୍ଟି !ସର୍ବଶେଷରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button