Country

ଘଣ୍ଟାପଡ଼ାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ ।

କଣ୍ଟାମାଳ, ୧୬ /୮: ( ପ୍ରଭାତ କୁମାର ସାହୁ)ଦେଶ ପାଳୁଛି ୭୮ତମ ସ୍ଵାଧୀନତା ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି। ଘଣ୍ଟାପଡ଼ାସ୍ଥିତ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ଗିରିଧର ଦେହୁରୀଙ୍କ ନେତୃତ୍ଵରେ ୧ନଂଜୋନର ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ।ଏହି ଅବସରରେ କମିଟି ସଭାପତି କାର୍ତ୍ତିକେଶ୍ଵର ବେହେରା, ସଦସ୍ୟ ପ୍ରଭାତ ସାହୁ, ବିପିନ ଭୋଇ, ପ୍ରେମ ରାଜ ରଣା, ପୂର୍ବତନ ଘଣ୍ଟାପଡ଼ା ସରପଞ୍ଚ ଚିତ୍ତରଞ୍ଜନ ପାତ୍ର ଉପସ୍ଥିତ ରହିଥିଲେ।ସେହିପରି ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କ ନେତୃତ୍ଵରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, କେନ୍ଦୁଲିଫ କାର୍ଯ୍ୟାଳୟରେ ରେଞ୍ଜର ସୁଧିର ବେହେରା , ଭୀମ ଭୋଇ ସ୍ଵତନ୍ତ୍ର ଆବାସୀକ ବିଦ୍ୟାଳୟରେ ପ୍ରତିଷ୍ଠାତା ସଦସ୍ୟ ତଥା ନିର୍ଦ୍ଦେଶକ ମନବୋଧ ନନ୍ଦ, ଘଣ୍ଟାପଡ଼ା ହାଇ ସ୍କୁଲରେ ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ରିତା କହଁର, ଯୁକ୍ତଦୁଇ କଲେଜରେ ଅଧ୍ୟକ୍ଷ ପରମାନନ୍ଦ ଡାଙ୍ଗ,ଏମ୍.ଇ. ସ୍କୁଲରେ ପ୍ରଧାନଶିକ୍ଷକ ମହେନ୍ଦ୍ର ଲୁହା, ଥାନାରେ ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି, ବି.ଏସ୍‌.ଏଫ୍. ଜବାନଙ୍କ କେମ୍ପରେ ମେଜର, ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣମଞ୍ଜରୀ ଦେହୁରୀ, ପ୍ୟାକ୍ସରେ ସଂପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ଵାବଧାନରେ ମାନୁ ରଣା, ନାରାୟଣୀ ପେଟ୍ରୋଲ ପମ୍ପରେ ମାଲିକ ଶରତ ରଣା, କ୍ରିଷ୍ଣା ପେଟ୍ରୋଲ ପମ୍ପର ମାଲିକ ବିଶ୍ଵନାଥ ସାହୁ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନମାନଙ୍କର ଜାତୀୟ ପତକା ଉତ୍ତୋଳନ କରିଥିଲେ।ପରେ ବିଭିନ୍ନ ଅନୁଷ୍ଠାନମାନଙ୍କୁ ବୃକ୍ଷରୋପଣ, ରାସ୍ତାଘାଟ ସଫେଇ, ଖେଳ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related Articles

Back to top button