Country

ବୌଦ୍ଧ ରେ ୭୮ତମ ସ୍ବାଧିନତା ଦିବସ ପାଳିତ ।

ହରଭଙ୍ଗା 15/8(ଚିତ୍ତ ରଞ୍ଜନ ସିଂ )ଆଜି ଦେଶ ପାଳୁଛି ୭୮ ତମ ସ୍ବାଧିନତା ଦିବସ। ଏହି ପରୀପେକ୍ଷିରେ ବୌଦ୍ଧ ସଦର ମହକୁମା ଷ୍ଟାଡିୟମ୍ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇ ଯାଇଛି ସ୍ଵାଧୀନତା ଦିବସ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ନିର୍ଦ୍ଧାରିତ ୯.୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତଳନ କରିବା ସହିତ ସମ୍ବିଲିତ ପେରେଟ୍ ରେ ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲାବାସୀ ଙ୍କ ଉଦ୍ଦେଶ୍ଵ ରେ ଉଦବୋଧନ ଦେଇଥିଲେ। ଆଜି ଆମେ ପାଳନ କରୁଥିବା ସ୍ଵାଧୀନତା ଦିବସ ଯେଉଁ ମାନଙ୍କ ପାଇଁ ଏବଂ ଯାହାର ଅତୁଳନୀୟ ବଳିଦାନ ଯୋଗୁଁ ଆଜି ଆମେ ସ୍ୱାଧୀନ ସେହି ବୀର ମାନଙ୍କୁ ସ୍ମରଣ କରିବା ସହିତ ବୀରଙ୍କ ଗାଥା ଗାନ କରିଥିଲେ। ଜିଲ୍ଲା ପୋଲିସ ର ଆଗୁଆମି ରେ ପ୍ରାୟ ୪୨ ଗୋଟି ଟ୍ରୁବ୍ ପ୍ୟାରେଡ ପରିବେଷଣ କରିଥିଲେ ଏବଂ ମୁଖ୍ୟ ଅତିଥି ଏହାର ଅଭିବାଦନ କରିଥିଲେ । ପରେ ସ୍ୱାଧୀନତା ଦିବସ ଅବସରରେ ହୋଇଥିବା ସମସ୍ତ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିବା କରାଯାଇଥିବା ।

Related Articles

Back to top button