Country

୭୮ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ – ୨୦୨୪ ବୌଦ୍ଧ ଜିଲ୍ଲା ସଦର ମହକୁମା ସ୍ଥିତ ପରେଡ୍ ପଡ଼ିଆରେ ପାଳନ ହୋଇଯାଇଛି।

ଆଜି ୭୮ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ – ୨୦୨୪ ବୌଦ୍ଧ ଜିଲ୍ଲା ସଦର ମହକୁମା ସ୍ଥିତ ପରେଡ୍ ପଡ଼ିଆରେ ପାଳନ ହୋଇଯାଇଛି। ମୁଖ୍ୟଅତିଥି ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିବାସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।ଏହି ଅବସରରେ ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିବାସହିତ ପ୍ୟାରେଡ୍ ରେ ଭାଗନେଇଥିବା ସର୍ବଶ୍ରେଷ୍ଠ ଦଳ ଗୁଡ଼ିକୁ ଜିଲ୍ଲାପାଳ ବୌଦ୍ଧ ସମ୍ମାନିତ କରିଛନ୍ତି।ଏହି ଅବସରରେ ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବାସହିତ ବୃଦ୍ଧ ଓ ଅସହାୟ ବ୍ୟକ୍ତିଙ୍କ ପାଖକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି।
ପରେ ପରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ରୋଗୀଙ୍କ ହାଲ୍ ଚାଲ୍ ବୁଝିବା ସହିତ ଜିଲ୍ଲା ମୁଖ୍ୟ କାରାଗାରକୁ ଯାଇ ସେଠାରେ ଅନ୍ତେବାସୀ ମାନଙ୍କୁ ସାକ୍ଷାତ କରିଛନ୍ତି।

Related Articles

Back to top button