Country

ସମାଜସେବୀ ଡକ୍ଟର ନିଶାକର ପାଢ଼ୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ,

ବଡ଼ଚଣା ବ୍ଲକ ପାରିଆ ପଂଚାୟତ ଅଧୀନ ବରୁଣିଆ ଗ୍ରାମ ର ବିଶିଷ୍ଟ ସମାଜ ସେବୀ ସୂ ସାହିତିକ ପ୍ରାଧ୍ୟାପକ ଡକ୍ଟର ନିଶାକର ପାଢ଼ୀ ଙ୍କଆବକ୍ଷ ପ୍ରତିମୂର୍ତ୍ତି ଆଜି ବରୁଣିଆ ଗ୍ରାମ ସ୍ଥିତ ବଧି ପୋଖରୀ ତଟ ଦେଶରେ ସ୍ଥାପିତ ହୋଇଯାଇଅଛି,ମାନ୍ୟବର ବିଧାୟକଶ୍ରୀଯୁକ୍ତ ଅମର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେ,ଓଡ଼ିଆ ସିନେ ତାରକା କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ବର୍ଗତ ପାଢ଼ୀ ଙ୍କ ତ୍ୟାଗ ପୁତ ଜୀବନ ସମ୍ପର୍କ ରେ ଆଲୋକପାତ କରିଥିଲେ, ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ସ୍ବର୍ଗତପାଢ଼ୀ ତାଙ୍କର ସମସ୍ତ ପେନସନ ପଇସା କେବଳ ଗ୍ରାମ ର ଉର୍ନତି ମୂଳକ କାର୍ଯ୍ୟ ରେ ନିୟୋଜିତ କରିଥିଲେ, ହରିଶଙ୍କର ମନ୍ଦିର ବେଢା, ମୁଖ୍ୟ ତୋରଣ, ହରିଶଙ୍କର ବିଦ୍ୟାପୀଠ ର ମୁଖ୍ୟ ଫାଟକ ନିର୍ମାଣ ଓ ବଧି ପୋଖରୀ ର ଉର୍ନତି କରଣ ପାହାଚ ଗାଧୁଆ ଘର ଆଦି ନିର୍ମାଣ କାର୍ଯ୍ୟ କରି ସେ ଲୋକ ମାନଙ୍କ ହୃଦୟ ରେ ଚିର ସ୍ମରଣୀୟ ହୋଇ ରହିଛନ୍ତି, ଆୟୋଜିତ ସଭାରେ ଆକାଶ ବାଣୀ ଦୂର ଦର୍ଶନ ର ପୂର୍ବତନ ନିର୍ଦେଶକ ଶାନ୍ତନୁ ରଥ ସଭାପତିତ୍ୱ କରିଥିଲେ, ସ୍ଥାନୀୟ ସରପଞ୍ଚ ବେଣୁଧର ବିଶ୍ୱାଳ,ଓ ସୋଲର ପଂଚାୟତ ର ପ୍ରାକ୍ତନ ସରପଞ୍ଚ ନୀଳମଣି ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ଶିକ୍ଷକ ନଳିନୀରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ବର୍ଗତ ପାଢ଼ୀଙ୍କର ସହ ଧର୍ମିଣୀ କଲ୍ୟାଣୀ ପାଢ଼ୀ ଧନ୍ୟବାଦ ଦେଇଥିଲେ, ହର ପ୍ରସାଦ ରାଉତ ବିଭୁଦତ ପାଢ଼ୀ ଶିକ୍ଷାବିତ ଧୀରେନ୍ଦ୍ର ରାଉତ ନିହାର କାନ୍ତ ସ୍ୱାଇଁ ଶଙ୍କର୍ଷଣ ପ୍ରଧାନ ଅଶୋକ ପାଢ଼ୀ ଗୌତମ ରାଉତ ବିଷ୍ଣୁ ପ୍ରସାଦ ଲେଙ୍କାଓ ବାବୁଲି ଦାସ ପ୍ରମୁଖ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ,

Related Articles

Back to top button