Country

ଘଣ୍ଟାପଡ଼ା ଜୋନର ସମସ୍ତ ପଞ୍ଚାୟତରେ ତ୍ରୀରଙ୍ଗା ଶୋଭାଯାତ୍ରା।

କଣ୍ଟାମାଳ, ତା୧୩/୮/୨୪: (ପ୍ରଭାତ କୁମାର ସାହୁ) ୭୮ତମ ସ୍ଵାଧୀନତା ଦିବସ ପୂର୍ବରୁ ସମଗ୍ର ଦେଶରେ ଗତ ଅଗଷ୍ଟ ୯ ତାରିଖରୁ ଘରଘର ତ୍ରୀରଙ୍ଗା ପାଳିତ ହୋଇଆସୁଅଛି। ଏହି କ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ୧ନଂଜୋନର ସମସ୍ତ ପଞ୍ଚାୟତ ମହକୁମାରେ ଧୂମ ଧାମରେ ତ୍ରିରଙ୍ଗା ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥିଲେ। ଉକ୍ତ ଶୋଭାଯାତ୍ରାରେ ପଞ୍ଚାୟତ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀ, ସିଆରପି, ଆଶା, ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ, ପଞ୍ଚାୟତର ସରପଞ୍ଚ , କର୍ମଚାରୀ, ୱାର୍ଡମେମ୍ବର , ମହିଳା ସହାୟକ ଗୋଷ୍ଠୀ, ଜନ ସାଧାରଣ ଆଦି ସାମିଲ ହୋଇଥିଲେ। ସେହିପରି ଘଣ୍ଟାପଡ଼ା ପଞ୍ଚାୟତରେ ସରପଞ୍ଚ ରୀତା କହଁର ଓ ପିଇଓ ଗୁରୁ ଚରଣ ସେଠୀଙ୍କ ତତ୍ତ୍ଵାବଧାନରେ ନାଏବ ସରପଞ୍ଚ ନବିନ କିଶୋର ମେଣ୍ଡିଲି, ସମାଜ ସେବୀ ହୃଦାନନ୍ଦ କହଁର,ଆମ୍ବଗାଁ ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ପ୍ରତିମା ରଣାଙ୍କ ସମେତ ପିଇଓ, କୁଲୁତାଯୋର ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ଚୁମୁକି ଭୋଇ, ଖମନମୁଣ୍ଡା ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ ଓ ପିଇଓ,ଉମା ପଞ୍ଚାୟତରେ ସରପଞ୍ଚ ଦୌଲଥ ପାଣ୍ଡେ, ନାରାୟଣପ୍ରସାଦ ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ମାଝୀ ଓ ପିଇଓ ଭୂଲେଶ୍ଵର ନାଗ,ବରଗାଁ ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ରଣା ଓ ପିଇଓ, ଖୁଣ୍ଟିଗୋରା ପଞ୍ଚାୟତରେ ନାଏବ ସରପଞ୍ଚ ଓ ପିଇଓ ବିରଞ୍ଚି କାଲସେଙ୍କ ନେତୃତ୍ଵରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେହିପରି କଣ୍ଟାମାଳ ବ୍ଳକରେ ଅଧ୍ୟକ୍ଷା ସସ୍ମିତା ସେନାପତି ଓ ବିଡିଓ ଶ୍ରୀମତୀ ସାମି ଜୟଶ୍ରୀ ରେଡ୍ଡିଙ୍କ ନେତୃତ୍ଵରେ ମୂଖ୍ୟ ପୁରୋଧା ଭାବେ ନବନିର୍ବାଚିତ କଣ୍ଟମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇ ତ୍ରିରଙ୍ଗା ଶୋଭାଯାତ୍ରାରେ ବ୍ଳକରୁ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ। ଏଥିରେ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟ ମହନ୍ତଙ୍କ ସହ ସମସ୍ତ କମିିଚାରୀ ଓ ଜନସାଧାରଣ ଯୋଗଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button