Education

ସଂକୁଳର ଜ୍ଞାନ ବିଜ୍ଞାନ ମେଳା -୨୦୨୪

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ସଂକୁଳର ଜ୍ଞାନ ବିଜ୍ଞାନ ମେଳା -୨୦୨୪ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୃନ୍ଦାବତୀ ବିହାର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମେଳାରେ ୯ ଗୋଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରୁ ୨୫୦ ଜଣ ଶିଶୁ ପ୍ରତିଭାଗୀ ଶିଶୁ ଦାୟିତ୍ଵରେ ୧୮ ଜଣ ଗୁରୁଜୀ ଗୁରୁମା,୯ ଜଣ ପ୍ରଧାନାଚାର୍ଯ୍ୟ,୨୦ ଜଣ ପରିଚାଳକ ଯୋଗଦେଇ ବିଜ୍ଞାନ ମେଳା ପରିଚାଳନା କରିଥିଲେ। ସଂସ୍କୃତି ଜ୍ଞାନ, ବିଜ୍ଞାନ, ଗଣିତ ବିଷୟର ପ୍ରକଳ୍ପ, ପତ୍ରବାଚନ, ପ୍ରୟୋଗ ଓ ପ୍ରଶ୍ନମଞ୍ଚ ସମସ୍ତଙ୍କୁ ପାଇଁ ଆକର୍ଷିତ କରିଥିଲା । ଭବାନୀପାଟଣା ନଗରର ଅଭିଜ୍ଞ ୧୫ ଜଣ ଗଣିତ, ବିଜ୍ଞାନ,କଳା, ସଂଗୀତ ଆଦି କ୍ଷେତ୍ରରେ ଦକ୍ଷ ଶିକ୍ଷକ ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଦୁଷ୍ମନ୍ତ ଶେଖର ପାଢୀ , ସଂକୁଳ ସଂଯୋଜକ ମନୋଜ ମୁଣ୍ଡ, ବୃନ୍ଦାବତୀ ବିହାର ର ସଭାପତି ଶ୍ରୀ ଅଶୋକ କୁମାର ମୁଣ୍ଡ ମଞ୍ଚାସୀନ ହୋଇଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ସଂକୁଳ ପ୍ରମୁଖ ଶ୍ରୀ ଅଶୋକ ସିଂ,ମୁଖ୍ୟ ଅତିଥି ଗୋଷ୍ଠୀ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ଜୟ ସିଂ ମାଝୀ ପୁରସ୍କାର ପ୍ରଦାନ କରିଥିଲେ। ସଂପାଦକ ଶ୍ରୀ ଶ୍ୟାମ ସୁନ୍ଦର ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅଶୋକ କୁମାର ସାହୁ , ପରିଚାଳନା ସମିତିର କର୍ମକର୍ତ୍ତା ଓ ସମସ୍ତ ଗୁରୁଜୀ ଗୁରୁମାନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ମେଳା ସୁନ୍ଦର ଭାବରେ ସମାହିତ ହୋଇଥିଲା। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button