State

ଦେଢେଣମାଳଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

 

ଘଣ୍ଟାପଡା,୧୦।୮(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଦେଢ଼େଣମାଳ ଠାରେ ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀ ସମନ୍ୱୟ ସମିତି ସଭାପତି ସାମନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଆଦିବାସୀ ସଙ୍ଘ ଉପ ସଭାପତି ପିତାମ୍ବର ଭୋଇ, ଘଣ୍ଟାପଡା କନ୍ଧ ସମାଜ ସମ୍ପାଦକ ବିବଛ ଭୋଇ, କୋଷାଧ୍ୟକ୍ଷ ବଂଶୀଧର ମାଝୀ, ତୁର୍କା ପ୍ରଗଣା ଉପ ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଧର୍ମୁ କହଁର ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ଆଦିବାସୀ ମାନଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ଏଥିସହିତ ଆଦିବାସୀମାନେ ଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାପୂର୍ବରୁ ଆଦିବାସୀଙ୍କ ପାରମ୍ପରିକ ଗୀତ ବାଦ୍ୟରେ ଗ୍ରାମ୍ୟ ପରିକ୍ରମା ପରେ ରୀତିନୀତିରେ ଆଦିମାତାଙ୍କୁ ପୂଜା କରାଯାଇଥିଲା। ହରିହର ପୁଟା ଧନ୍ୟବାଦ ଦେଇଥିଲେ l ସେହିପରି କଣ୍ଟାମାଳ ଠାରେ ମଧ୍ୟ ଆଦିବାସୀ ଦିବସ ପାଳିତ ହୋଇଛି l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button