ଭବାନୀପାଟଣା କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ୍ଚ ତରଫରୁ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ


ଭବାନୀପାଟଣା କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ୍ଚ ତରଫରୁ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦଶଟି ଗ୍ରୁପ କରାଯାଇଥିଲା ପ୍ରତିଟି ଗ୍ରୁପରୁ ପ୍ରଥମ, ଦ୍ବତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ଆସନ୍ତା ତା.୧୫.୦୮.୨୦୨୪ ( ସ୍ୱାଧୀନତା ଦିବସ) ସନ୍ଧ୍ୟା ୪ ଟା ସମୟରେ ପୁରସ୍କୃତ କରାଯିବ ଉକ୍ତ ପ୍ରତିଯୋଗିତାରେ ଏକ ହଜାର ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ୍ଚ ର ପ୍ରିନିସିପାଲ ଶ୍ରୀଯୁକ୍ତ ଚିନ୍ତୁ ପ୍ରସାଦ ନାଏକ, ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ରାଉତ, ଅଧ୍ୟାପକ ଥବିର ପ୍ରସାଦ ଯାଦବ, ଅଧ୍ୟାପିକା ଶ୍ରୀମତୀ ସସ୍ମିତା ପଟେଲ, ଅଧ୍ୟାପିକା ଶ୍ରୀମତୀ ଐସର୍ଯ୍ୟା ପତି ପରିଚାଳନା କରିଥିଲେ ଓ କଲେଜ ର ଛାତ୍ର ଛାତ୍ରୀ ସୂଚାରୁରୂପେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ର ଆବାହକ ଶ୍ରୀଯୁକ୍ତ କମଳ କିଶୋର ଶତପଥୀ ଙ୍କ ଦ୍ୱାରା ସଫଳ ମଣ୍ଡିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ତଥା ଆଖପାଖ ଜିଲ୍ଲାର ଶିକ୍ଷା ଅନୁଷ୍ଠାନ ମାନେ ଉଚ୍ଚ ପ୍ରଶଂସିତ କରିଥିଲେ । ଏହି କଲେଜ ପଶ୍ଚିମ ଓଡିଶା ର ଏକମାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧୀତ ମହାବିଦ୍ୟାଳୟ ।ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




