State

ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଡିଷ୍ଟ୍ରିକ ଆଦିବାସୀ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ୨୦୨୪

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଜି ବିଶ୍ୱ ଆଦିବାସୀ ଦିବସ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାର ସୁରକ୍ଷା ଓ ସେମାନଙ୍କ ଅଧିକାର ସଂମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖ କୁ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ କରାଯାଏ। ଯଦି ଆମେ ଆମ ରାଜ୍ୟ ଓଡ଼ିଶା କଥା କହିବା ତେବେ ରାଜ୍ୟର ପ୍ରାୟ ଲୋକ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଥାନ୍ତି।ଏଥିରେଆଦିବାସୀମାନଙ୍କର ବଡ଼ ଭୂମିକା ରହିଛି । ସେମାନଙ୍କ ସାହାଯ୍ୟରେ ହିଁ ଏହି ଦ୍ରବ୍ୟ ବଜାରରେ ସହଜରେ ପହଞ୍ଚି ପାରୁଛି । ହେଲେ ଏତେସବୁ ପରେ ବି ଆଦିବାସୀମାନେ କୌଣସି ସୁବିଧା ପାଇ ପାରୁନାହାନ୍ତି । ସରକାର ଦ୍ୱାରା ହେଉ ଅବା ଲୋକମାନଙ୍କ ଦ୍ୱାରା ସେମାନେ ସବୁବେଳେ ଅବହେଳିତ । ଅନେକ ଆଦିବାସୀ ଅଞ୍ଚଳକୁ ଯିବାକୁ ରାସ୍ତାଟିଏ ନାହିଁ ଆଉ କେଉଁଠି ବିଦ୍ୟୁତ ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ସେମାନେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସେମାନେ ପଛରେ । ଶିକ୍ଷା ସୁବିଧା ସେମାନଙ୍କର ପାଖରେ ପହଞ୍ଚିପାରୁ ନାହିଁ । ପାଠ ଦି ଅକ୍ଷର ପଢ଼ିବା ପାଇଁ ପାଖ ଗାଁ କୁ ଯିବାକୁ ହେଉଛି ନଚେତ ପାଦରେ ଡୋରି ବାନ୍ଧି ଘରେ ବସୁଛନ୍ତି ପିଲା। ଅନ୍ଧକାରରେ ରହୁଛି। କାଳିର ଭବିଷ୍ୟତ । ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନଟିକୁ ଦେଶ ବ୍ୟାପି ପାଳନ କରାଯାଏ ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଅମଲା ଭବନ ଠାରେ ଡିଷ୍ଟ୍ରିକ ଆଦିବାସୀ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ସମାରୋହରେ ପାଳନ କରାଯାଇଛି । ମାଁ ମାଣିକେଶ୍ବରୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଓ ଦୀପ ପ୍ରଜ୍ଜଳନ କରିଥିଲେ । ଉପସ୍ଥିତ ସଭ୍ୟ ସଭ୍ୟା ବୃନ୍ଦ ଶ୍ରୀଯୁକ୍ତ ସୁରେଶ କୁମାର ଭୋଇ, ଜିଲ୍ଲା ଆଦିସ୍କନ୍ଧ ସମାଜ କଳାହାଣ୍ଡି ଶ୍ରୀ ବଳିଆର ଭୋଇ, ଭାରତ ମାଝୀ, ଅବନୀ ଭୋଇ, ଲିଙ୍ଗ ମାଝୀ ଜୟପାଟଣା ବ୍ଲକ, କାହ୍ନୁ ମାଝୀ କେସିଙ୍ଗା ବ୍ଲକ, ତରୁଣୀ ସେନ ମାଝୀ ବୋର୍ଡ଼ା, ଭୁଜ ମାଝୀ ନର୍ଲା ବ୍ଲକ, ଧନସାଏ ମାଝୀ କଳମପୁର ବ୍ଲକ, ତଳା ମାଝୀ ଥୁଆମୂଳ ରାମପୁର ବ୍ଲକ, ଜୟଦେବ ମାଝୀ ମଦନପୁର ରାମପୁର ବ୍ଲକ, ଆକୃର ମାଝୀ ଗୋଲାମୁଣ୍ଡା ବ୍ଲକ, ମଣି ଯାନି କୋକସରା ବ୍ଲକ, ଭଗବାନ ମାଝୀ ନର୍ଲା ବ୍ଲକ, ଶ୍ରୀକାନ୍ତ ମାଝୀ ଧର୍ମଗଡ଼ ବ୍ଲକ ସୁରେଶ କୁମାର ଭୋଇ ଜିଲ୍ଲା ଆଦିସ୍କନ୍ଦ ସଭାପତି ପ୍ରମୁଖ ଉପସ୍ଥିତ ରହି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା କରିଥିଲେ। ଉକ୍ତ ସଭାକୁ ଶୁକଦେବ ମାଝୀ ପରିଚାଳନା କରିଥିବା ବେଳେ ଶେଷରେ ସାଙ୍ଗଠନିକ ସଂପାଦକ ସୁରେଶ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button