ଡେଟୋଲ୍ ବନେଗା ସ୍ଵସ୍ଥ ଇଣ୍ଡିଆ


କଣ୍ଟାମାଳ,୦୮/୦୮, (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ଶ୍ରେଣୀ ଗୃହରେ ରେକିଟ୍ ଇଣ୍ଡିଆର ଆର୍ଥିକ ସହାୟତା ଏବଂ ଅମର ଜ୍ୟୋତି ଯୁବକ ସଂଘର ମିଳିତ ଆୟୋଜନରେ ବ୍ଲକ୍ର ତେତିଶି ଜଣ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ନେଇ ଏକ ଦିବସୀୟ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ନୀଳ ମାଧବ ଦିଗାଲ ମୂଖ୍ୟ ପ୍ରଶିକ୍ଷକ ଭାବରେ ତାଲିମ୍ ପ୍ରଦାନ କରିଥିଲେ। ଶିବିରରେ ମୁଖ୍ୟଅତିଥି ଭାବେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ୍ କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କମ୍ ବି ଆର୍ ସି,ସି ଦୁର୍ଗା ଚରଣ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଳିକ, କଣ୍ଟାମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଶେଷରେ ସମସ୍ତ ତାଲିମ୍ ଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ମିତ୍ରଭାନୁ ମିଶ୍ର ପରିଚାଳନା କରିଥିବା ବେଳେ ଚୁମକି ମିଶ୍ର ଓ ମାନସ ସହଯୋଗ କରିଥିଲେ lଅନୁଷ୍ଠାନର ସଦସ୍ୟ ରଞ୍ଜନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




