ଶିଶୁ ମନ୍ଦିରର ୨୯ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ


ଧନମଣ୍ଡଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୨୦୨୪ – ୨୫ ଚଳିତ ବର୍ଷର ୨୯ ତମ ଜ୍ଞାନ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇଯାଇଅଛି | ଏଥିରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ | ଶିଶୁ ମନ୍ଦିରର ସମ୍ପାଦିକ ବିଭାଶ ଚନ୍ଦ୍ର ନନ୍ଦ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ସେମାନେ ଜଣେ ଜଣେ ଭଲ ମଣିଷ ହୋଇ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ | ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ହେମନ୍ତ କୁମାର ଜେନା ଅତିଥି ପରିଚୟ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୋଟ ୧୧ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା | ଏଗୁଡିକ ଯଥା ସମ୍ବେଦନ ଉପକାରିତା, ଜଳ ସଂରକ୍ଷଣ,ଜ୍ଞାନ, ଯାତାୟାତ, ଆଧାରିତ ନମୁନା , ଆବର୍ଜନା ଆଧାରିତ , ନୂତନ ପ୍ରୟୋଗ, ଗଣିତ ପ୍ରକଳ୍ପ, ଚାରି ଗାଣିତିକ ସୁତ୍ର, ଜ୍ୟାମିତିକ ଆକାରର ଧାରଣ ଓ ମୁଦ୍ର ପରିଚୟ ପ୍ରକଳ୍ପରେ ୧୦୧ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ବିଚାରକ ଭାବେ ଧାନମଣ୍ଡଳ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅରୁଣ କୁମାର ବରାଳ, ଲକ୍ଷ୍ମୀ ପ୍ରିୟା ସାହୁ, ବଡ଼ଚଣା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାମିନା ସାହୁ ପ୍ରମୁଖ ଶିକ୍ଷକ ମାନେ ଯୋଗଦେଇଥିଲେ | ଏହି ୨୯ତମ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ପ୍ରମୁଖ ସହଯୋଗ କରିଥିଲେ | ଶେଷରେ ସମ୍ପାଦକ ବିଭାସ ଚନ୍ଦ୍ର ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |




