ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା


କଣ୍ଟାମାଳ,୦୫/୦୮/୨୦୨୪ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତା ରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉମା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷୟତ୍ରୀ ଶୁଭସ୍ମିତା ରଥ ଦୀପ ଲଗାଇ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା କୋଷlଧ୍ୟକ ମନ୍ଦରଧର ବେହେରା ଉପସ୍ଥିତ ରହି ବିଜ୍ଞାନ ଉପରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ,ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଉମାର ବିଜ୍ଞାନ ଶିକ୍ଷୟତ୍ରୀ ଅଙ୍କିତା ମଲ୍ଲିକ, ଖଇରମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରସନ୍ନ କୁମାର ସାହୁ ,ଫଟାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ମରକ ସାହୁ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ। ମୋଟ ୩୮ ଟି ପ୍ରକଳ୍ପ କାର୍ଯ୍ୟ ପ୍ରଦର୍ଶନୀ କରାଯାଇଥିଲା । ବିଜ୍ଞାନ ପ୍ରଶ୍ନମଞ୍ଚ , ଗଣିତ ପ୍ରଶ୍ନମଞ୍ଚ , ସଂସ୍କୃତି ବୋଧ ପ୍ରଶ୍ନମଞ୍ଚ , ନିବନ୍ଧ ପ୍ରତିଯୋଗିତା କରାଯାଇଥିଲା । ୧୨୮ ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇ ଥିଲେ ଓ କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ପାଦକ ଭକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ , ରୋଶନ ସାହୁ , ନେପାଳ ପ୍ରଧାନ , ଆଚାର୍ଯ୍ୟl ସନ୍ଧ୍ୟାରାଣୀ ମନହିରl , ଝରଣା ପ୍ରଧାନ , ମମିତା ରଣା , ବେଦମତି କୁଦେଇ ,ସୁରୁସୂତା ଭୋଇ
ସ୍ୱାଗତିକା ନାଗ , ସାଇବାନୀ ପାତ୍ର ସହଯୋଗ କରିଥିଲେ। ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




