State
ତିର୍ତ୍ତୋଲ ମହାନଦୀ ଘାଟରେ ହଜାର ହଜାର କାଉଡିଆ


ତିର୍ତ୍ତୋଲ ::- ଶ୍ରାବଣ ମାସର ତୃତୀୟ ସୋମବାର !କାଉଡିଆ ମାନଙ୍କର ବୋଲ ବମ୍ ହର ହର ବମ୍ ଧ୍ୱନିର ଝଙ୍କାର ରେ ପୁରା ରଙ୍ଗିଲା ହୋଇ ଉଠିଥିଲା ରାସ୍ତା ଘାଟ ର ମାହୋଲ !ପ୍ରତିବର୍ଷ ହଜାର ହଜାର କାଉଡିଆ ଭକ୍ତ ତାର୍ତ୍ତୋଲ ର ମହାନଦୀ ଘାଟରୁ ଜଳ ଉଠେଇ କେହି କେହି ପଞ୍ଚପଲ୍ଲୀ ର ଗ୍ରାମେଶ୍ବର ଙ୍କ ପାଖକୁ ଯାଉଥିବା ବେଳେ କେହିକେହି ବିଭୁତିକ୍ଷେତ୍ର ଗୋରେଖନାଥ ଙ୍କ ନିକଟକୁ ଜଳାଭିଷେକ କରିବାକୁ ଯାଇଥାନ୍ତି ! ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଶୈବପୀଠ ମାନଙ୍କୁ କାଉଡିଆ ଭକ୍ତମାନେ ପାଣି ଭାର ନେଇ ଜଳାଭିଷେକ କରାଇଥାନ୍ତି !ତାର୍ତ୍ତୋଲ ମହାନଦୀ ଘାଟରେ ଦେଖିବାକୁ ମିଳିଥିଲା ହଜାର ହଜାର କାଉଡିଆ ମାନଙ୍କର ଭିଡ !ଉପକୂଳ ଅଞ୍ଚଳ ମାନଙ୍କରୁ ସର୍ବାଧିକ ଭକ୍ତ ସମାଗମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମହିଳା କାଉଡିଆ ଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡିଥିଲା !ନଦୀରେ ପ୍ରଖର ସ୍ରୋତ ଥିବାରୁ ଅଗ୍ନିଶମ ବାହିନୀ ମୁତୟନ ଥିବା ଦେଖୁବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




