Education

ମଙ୍ଗଳପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଜୁରୀ ଠାରେ, ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଢେଙ୍କାନାଳ,(ମଙ୍ଗଳ ପୁର):ଅଦ୍ୟ ତା 31.7.2024 ରିଖ ବୁଧୁବାର ଦିବା ଦୁଇ ଘଟିକା ସମୟରେ, ମଙ୍ଗଳପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଜୁରୀ ଠାରେ, ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ନାଏକଙ୍କ, ଆଜିର ଦିନଟି କର୍ମକ୍ଷେତ୍ରର ଅନ୍ତିମ ଦିନ ଥିଲା l ଉକ୍ତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ସାହୁ ଯୋଗଦାନ କରି ଅଧ୍ୟକ୍ଷ୍ୟତା କରିଥିଲେ l ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲିନା ଦାଶ ଯୋଗଦାନ କରିଥିବା ସ୍ଥଳେ, ଗ୍ରାମ ସଭାପତି ଶ୍ରୀଯୁକ୍ତ କୀର୍ତ୍ତି ଚନ୍ଦ୍ର ଦାସ, ଖାଦ୍ୟ କମିଟିର ସଭାପତି ଶ୍ରୀମତୀ ସୁଲୋଚନା ସାହୁ, ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ସାରଙ୍ଗଧର ଦାଶ,ପ୍ରାକ୍ତନ ଶିକ୍ଷୟିତ୍ରୀ ଶ୍ରୀମତୀ ଚନ୍ଦ୍ରକାନ୍ତି ଦାଶ, ବିଶିଷ୍ଟ ଶିକ୍ଷlବିତ୍ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାଶ ପ୍ରମୁଖ,ଏଲଆଇସି ସଂସ୍ଥାର ସଦସ୍ୟ ସମ୍ମାନୀତ ଅତିଥି ଭାବରେ ଏବଂ ଛାତ୍ରଛାତ୍ରୀ ପିତାମାତା ଅଭିଭାବକ ଗ୍ରାମ କମିଟି ତଥା ବିଦ୍ୟାଳୟ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ବିଦାୟୀ ଶିକ୍ଷୟିତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ମଙ୍ଗଳପୁର କ୍ଲଷ୍ଟରର, ସାଧନକେନ୍ଦ୍ର ସଂଯୋଜିକା, ଶ୍ରୀମତୀ ଇଚ୍ଛାବତୀ ରାଉତ ମୂଖ୍ୟଵକ୍ତା ଭାବରେ ଯୋଗଦାନ କରି ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଙ୍କ ସୁସ୍ଥ ତଥା ନିରାମୟ ଜୀବନ କାମନା କରି ଥିଲେ l ଉକ୍ତ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦାୟ ଗୀତିକା ଗାନ କରି ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଗୁରୁ ମାଆଙ୍କ ର ମଙ୍ଗଳ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ।
ସର୍ବ ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତି ସୁନିତା ପ୍ରଧାନ ସମସ୍ତଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button