State

ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉ ମନ୍ଦିରରେ ଆଜି ଚିତା ଲାଗି ନୀତି ପାଳିତ

କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉ ମନ୍ଦିରରେ ଆଜି ଚିତା ଲାଗି ନୀତି ପାଳିତ ହୋଇଯାଇଅଛି। ପ୍ରାତଃରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇଥିଲା। ସକାଳ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ଦଶଟାରେ ଖେଚୁଡ଼ି ଭୋଗ,ମଧ୍ୟାହ୍ନ୍ନରେ ମଙ୍ଗଳା ଅର୍ପଣ ପୂଜା ପରେ ଚିତା ଲାଗି କରାଯାଇଥିଲା, ପୁଳ୍ଳି, ଚିତଉ ପିଠା ଖେଚୁଡ଼ି, ଅର୍ଣ୍ଣ, ଭୋଗ ଲାଗି କରାଯାଇଥିଲା।ସଂଧ୍ୟାରେ ଆଳତୀ, ରାତ୍ରରେ ରାତ୍ର ଧୂପ ପରେ ରାତ୍ରରେ ପହଡ଼ ପଡ଼ିବ।ପୂଜକ ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର,ବ୍ରଜ ମୋହନ ମହାପାତ୍ର , କହାଳିଆ ଟିକନ୍ ବେହେରା ଓ ମନ୍ଦିର ଜିମାଦାର ଶ୍ୟାସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଚିତା ଲାଗି ଅମାବାସ୍ୟା ନୀତି ପାଳନ କରାଯାଇଥିଲା ।

Related Articles

Back to top button