Education

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛତିଆ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।

-ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୨୪-୨୫ ଶିକ୍ଷା ବର୍ଷ ଜ୍ଞାନ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ବିଭାଗ ନିରୀକ୍ଷକ ଶ୍ରୀମାନ ଜିତୁରାମ୍ ମହନ୍ତ ଏହି ବିଜ୍ଞାନ ମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଶିକ୍ଷାବିତ୍ ବାମନ୍ ଚରଣ ସାହୁ,ସମ୍ପାଦକ ଶ୍ରୀମାନ ଅଶୋକ କୁମାର୍ ବେହେରା,ଯୁଗ୍ମସମ୍ପାଦିକା ଶ୍ରୀମତି ଚିନ୍ମୟୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ରାଉତ ଅତିଥି ପରିଚୟ କରିବା ସହ ସଭା ସଞ୍ଚାଳନ କରିଥିଲେ।ଏଥିରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀ ବା କୁନି ବୈଜ୍ଞାନିକ ମାନଙ୍କ ଦ୍ଵାରା ୧୭୬ ରୁ ଉର୍ଦ୍ଧ୍ବ ବହୁ ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶନ କରା ଯାଇ ଥିବାବେଳେ ଏକାଧିକ ପ୍ରକଳ୍ପ ସାମାଜିକ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ ଥିଲା।ଖୁବ୍ କମ୍ ଅର୍ଥ ବ୍ୟୟରେ ବହୁ ଉପାଦେୟ ପ୍ରକଳ୍ପ ର ନମୁନା ପ୍ରଦର୍ଶନ କରାଯାଇ ଥିଲା, ଚନ୍ଦ୍ରା ୟନ-2ପ୍ରକଳ୍ପ ଟି କୁ ଦେଖି ଅତିଥି ମାନେ ବହୁତ ଖୁସି ହୋଇଥିଲେ,ଏହି କୁନି ବୈଜ୍ଞାନିକ ମାନଙ୍କୁ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତି ନାୟକ ନିଜ ବକ୍ତବ୍ୟରେ ଉଚ୍ଚ ପ୍ରଶଂସା କରି ସେମାନଙ୍କୁ ଏହି ଆଗକୁ ଯିବା ପାଇଁ ଉତ୍ସାହିତ କରିଥିଲେ।ବିଜ୍ଞାନ ଶିକ୍ଷକ ମାନସ ଶତପଥୀ ବୃତ୍ତ କଥନ କରିଥିଲେ।ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ ନିମନ୍ତେ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରସାନନ୍ଦ ନାୟକ,ଅବସର ପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ଫକିର ଚରଣ ପୃଷ୍ଟି, ଶଶିଦେବି ବାଳିକା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ନବ କିଶୋର ସ୍ୱାଇଁ, ସୋଲର ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଆନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ କରିଥିଲେ। କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଛି।ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର୍ ବେହେରା ନିଜ ଅଭିଭାଷଣରେ ସମସ୍ତ ପ୍ରତିଯୋଗୀ ମାନଙ୍କ ଉନ୍ନତ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Articles

Back to top button