Education

ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୈରୀର ୩୩ତମ ଜ୍ଞାନ ବିଜ୍ଞାନ ମେଳା ଏବଂ ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ

ଛତିଆ,୪|୮(ଆଃ.ପ୍ର.) ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୈରୀର ୩୩ତମ ଜ୍ଞାନ ବିଜ୍ଞାନ ମେଳା ଏବଂ ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ବୈରୀ ନୋଡାଲ ଉ.ପପ୍ରା. ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷେତ୍ରମୋହନ ଷଡ଼ଙ୍ଗୀଙ୍କଦ୍ବାରା ଉଦ୍ଘାଟିତ ଏବଂ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବରୁଧର ରାଉତ ଅତିଥି ପରିଚୟ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଖୁଣ୍ଟିଆ ବିଜ୍ଞାନ ମେଳାର ଆଭିମୁଖ୍ୟ ସମ୍ବନ୍ଧରେ ଧାରଣା ଦେଇଥିଲେ । ଗଣିତ ଓ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ୫୬ ଜଣ, ଗଣିତ ପ୍ରଶ୍ନ ମଞ୍ଚରେ ୨୭ ଜଣ, ବିଜ୍ଞାନ ପ୍ରଶ୍ନ ମଞ୍ଚରେ ୩୦ ଜଣ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚରେ ୩୩ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ଶ୍ରୀମତୀ ଧରିତ୍ରୀ ଦାଶ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ, ଶ୍ରୀଯୁକ୍ତ ବରଦା ପ୍ରସନ୍ନ ଶତପଥୀ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଆଚାର୍ଯ୍ୟ ମଙ୍ଗରାଜ ଦାଶ ବୃତ୍ତ କଥନ କରିଥିବା ବେଳେ ଶିକ୍ଷକ ଶ୍ରୀଯୁକ୍ତ ନଳିନୀ ରଞ୍ଜନ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ତୃଷ୍ଣା ବିଶ୍ବାଳ ପ୍ରତିଯୋଗିତା ପରିଚାଳନା ଏବଂ ଅମିତା ଖୁଣ୍ଟିଆ ବୌଦ୍ଧିକ ପରିଚାଳନା କରିଥିଲେ ।

Related Articles

Back to top button