ବରଗାଁ ହାଇସ୍କୁଲରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ


କଣ୍ଟାମାଳ,୩।୮(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରଗାଁ ଠାରେ ନବମ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଘଣ୍ଟାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ କଣ୍ଟାମାଳ ଗୋଷ୍ଟୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏବିଓ ଦାୟୀତ୍ୱରେ ଥିବା ଉଦ୍ଧବ ମହାଲିକ, ମୋ ସ୍କୁଲ ଜିଲ୍ଲା ମନିଟରିଙ୍ଗ ଅଧିକାରୀ ଦେବବ୍ରତ ବେହେରା ଯୋଗଦେଇ ମଞ୍ଚାସିନ ଥିଲେ l ସଭାରେ ସ୍ଥାନୀୟ ବରଗାଁ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ତ୍ରୀଲୋଚନ ସାହୁ ସ୍ଵାଗତ ଭାଷଣ ଦେବାପରେ କାର୍ଯ୍ୟକ୍ରମରେ ୟୁଡାଇସ୍, ସୃଜନଶୀଳତା, ଉତ୍କର୍ଷ, ଖାନ ଏକାଡେମୀ ପକ୍ଷରୁ ଗଣିତ ଶିକ୍ଷାର ପ୍ରଣାଳୀ ବିଷୟରେ ଆଲୋଚନା କରିବା ସହିତ ସ୍ମାର୍ଟ ବୋର୍ଡରେ ଶିକ୍ଷା ଦାନର ଉପକାରିତା ବିଷୟରେ ଆଲୋଚନା କରି ଥିଲେ l ଜିଲାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଜିଲା ପ୍ରଶାସନ ପକ୍ଷରୁ ବାଙ୍ଗାଲୋର ଯାଇ ପ୍ରଶିକ୍ଷଣ ନେଇଥିବା ଶିକ୍ଷକ ଶୁକଦେବ ପଣ୍ଡା ପ୍ରଶିକ୍ଷଣ ବିଷୟରେ ବକ୍ତବ୍ୟ ରଖିବା ସହିତ କବିତା ପଠନ କରିଥିଲେ l ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l କାଳିପ୍ରସାଦ ମିଶ୍ର, ମଞ୍ଜୁଳା ଏକା, ଯାଜ୍ଞସେନି ମଲିକ, ନିତେଶ କୁମାର ବାରିକ, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଜିତେନ୍ଦ୍ର ପ୍ରଧାନ ଓ ସୁଜାତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ସଭା ପରେ ଶ୍ରେଣୀ ଗୃହ, ବିଜ୍ଞାନଗାର, ଇ-ପାଠାଗାର, ଶୌଚାଳୟ ଏବଂ ବିଦ୍ୟାଳୟର ପରିବେଶ ପରିଦର୍ଶନ କରିବା ସହିତ ଶିକ୍ଷକଙ୍କ ଶିକ୍ଷା ପ୍ରଣାଳୀ ଅନୁଧ୍ୟାନ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ପ୍ରଧାନଶିକ୍ଷକଙ୍କ ତତ୍ତ୍ଵାବଧାନତାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକର ବିଭିନ୍ନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




