Education

ଏବିଇଓ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ହରଭଙ୍ଗା 4/8(ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକର ବାଣିଭୁଷଣପୁର କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ, ବ୍ଲକର ଏବିଇଓ ସତ୍ୟନାରାୟଣ ମିଶ୍ରଙ୍କ ଚାକିରୀରୁ ଅବସର ଗ୍ରହଣ ଅବସରରେ, ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଚାରିଛକ ଉ,ପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁଧାକର ଜେଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ରଣା, ଲୋକାପଡ଼ା ପ୍ରଧାନଶିକ୍ଷକ ସୁଶୀଲ ଭୋଇ ଏବଂ ବାଣିଭୁଷଣପୁର ସିଆରସିସି ହରମୋହନ ଦନାୟକ ଯୋଗଦାନ କରି, ଏବିଇଓ ଶ୍ରୀ ମିଶ୍ର ଙ୍କ ଶିକ୍ଷା ବିଭାଗରେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟକ୍ରମର ସ୍ମୃତିଚାରଣ କରିଥିଲେ l ନିଜ ଦୀର୍ଘଦିନର ଚାକିରୀ କାଳର ଅଭିଜ୍ଞତାକୁ ଏବିଇଓ ସତ୍ୟନାରାୟଣ ମିଶ୍ର ବର୍ଣନା କରିଥିଲେ l କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ବିଦାୟୀ ଅଧିକାରୀଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା l ଶିକ୍ଷକ କୈଳାଶ ବେହେରା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ l

Related Articles

Back to top button