Education

ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

 ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଧଳପୁରରେ +୨କଳା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏବଂ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବିପୁଳ ଆଗ୍ରହ ଉତ୍ସ|ହ ର ସହ ଜ୍ଞ|ପନ କରାଯାଇଛି |ସ୍ଥାନୀୟ ପୂଜଙ୍କ ଦ୍ଵାରା ବିଘ୍ନ ବିନାଶକ ଶ୍ରୀଗଣେଶ ଙ୍କ ନିକଟରେ ପୂଜାର୍ଚନା କରିବାସହ ସଭାକାର୍ୟ୍ଯ ଆରମ୍ଭ ହେଇଥିଲା |ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର, ଛାତ୍ରୀ ଯୁକ୍ତଦୁଇ ଛାତ୍ରଛାତ୍ରୀ ଏବଂ ଅତିଥି ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ |ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ବାବୁଲାଲ ଭୋକ୍ତା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକରେ ସଂମାନିତ ଅତିଥି ରୂପେ ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷକଗଣ ଶ୍ରୀଯୁକ୍ତ ମାଧବ କର, ଶ୍ରୀଯୁକ୍ତ ସର୍ଯ୍ୟନାରାୟଣ ମହାକୁଡ଼, ଶ୍ରୀଯୁକ୍ତ କୌଳାସ ପ୍ରଧାନ ଏବଂ ସ୍ଥାନୀୟ ଧଳପୁର ଉ. ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଲସ୍ତି ଭୋକ୍ତା ଯୋଗଦେଇ ନୂତନ ଛାତ୍ରଛାତ୍ରୀ ଏବଂ ଅତିଥି ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ସ୍ୱାଗତ କରିଥିଲେ |ଇତ୍ୟାବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ଲଷ୍ମୀପ୍ରିୟା ଯୋଶୀ ମଞ୍ଚପରିଚାଳନା କରିଥିଲେ ଏବଂ ଅଂଶୁମାନ ବାରିକ ପରିଚୟ ପ୍ରଦାନ କରିବା ସହିତ ବିଦ୍ୟାଳୟ ର ଛାତ୍ରୀ ଅର୍ଚିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |

Related Articles

Back to top button