Education

ସାରଦା ଏକାଡେମୀ ରେ ଇକୋ କ୍ଲବ ଆନୁକୂଲ୍ୟରେ ଶିକ୍ଷା ଶପଥ ସପ୍ତାହ ପାଳନ।    

ତିର୍ତ୍ତୋଲ ::-ବିଭିନ୍ନ ବିଦ୍ୟାଳୟ ମାଧ୍ୟମରେ ଚାଲିଛି ଇକୋ କ୍ଲବ ତରଫରୁ ଶିକ୍ଷା ସପ୍ତାହ ପାଳନ !ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଚାରା ରୋପଣ କରାଯାଉଛି !ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଅଧୀନ ସାରଦା ଏକାଡେମୀର , ମା ଶାରଳା ଇକୋ କ୍ଲବ୍ ତରଫରୁ, ଶିକ୍ଷା ଶପଥ ସପ୍ତାହ ପାଳନ ଉପଲକ୍ଷେ, ଶତାଧିକ ଛାତ୍ର ଛାତ୍ରୀ ମାନଙ୍କର ଏକ ସଚେତନ ଶୋଭାଯାତ୍ରା ପୂର୍ବାହ ସମୟରେ ଏକାଡେମୀ ପରିସର ରୁ ଵାହାରି , ଶାରଳାମନ୍ଦିର, କନକପୁର ଶାସନ , ଶାରଳାହାଟ, କନକପୁର ଦେଉଳି ଓ କୁଟିଲ ଗ୍ରାମ ଦୟାଲ ପୁର ଆଦି ଜନବସତି ପରିକ୍ରମା କରିଥିବାର ଦେଖିବାକୁ ମିଳିଥିଲା। ବୃକ୍ଷ ରୋପଣ ର ଉପାଦେୟତା ଓ ଆବଶ୍ୟକତା ଉପରେ ବିଭିନ୍ନ ସ୍ଲୋଗାନ ମାନ ଦେଇ, ପରିବେଶ ସୁରକ୍ଷା ପାଇଁ, ସଚେତନ ହେବାପାଇଁ ଆହ୍ଵାନ ଦିଆ ଯାଇଥିଲା । ଏକାଡେମୀ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜ କୁମାର ମହାନ୍ତି, ଇକୋ କ୍ଳବ୍ ଶିକ୍ଷକ ମାନସ କୁମାର ପୃଷ୍ଟି , କ୍ରୀଡା ଶିକ୍ଷକ ଅନୁଜ ସ୍ବପ୍ନଜିତ୍ ନାୟକ ସମେତ ସହକାରୀ ଶିକ୍ଷକ ଦୀପକ କୁମାର ସ୍ଵାଇଁ , ଅଶ୍ରୁମୋଚନ ବେହେରା, ବିମଳ ପ୍ରସାଦ ପାଣିଗ୍ରାହୀ, ଶିକ୍ଷୟତ୍ରୀ ଅନିନ୍ଦିତା ମିଶ୍ର , ଲିପିଶ୍ରୀ ସାହୁ ପ୍ରମୁଖ ଏହି ସଚେତନତା ଅଭିଯାନ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରା ପ୍ରତିରୋପଣ କରିଥିବାର ଦେଖା ଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button