Education

ଛତିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବ୍ୟାସ ପୂର୍ଣ୍ଣିମା ପାଳିତ।

ଆଜି ପବିତ୍ର ବ୍ୟାସ ପୂର୍ଣ୍ଣିମା, ସଂସ୍କୃତ ଭାଷାରେ ମହର୍ଷି ବ୍ୟାସ ଦେବ ପବିତ୍ର ଭାଗବତ ପୁରାଣ ର ରଚନା କରିଥିଲେ।ବ୍ୟାସ ଦେବ ଜନ୍ମ ଦିବସ କୁ ବ୍ୟାସ ପୂର୍ଣ୍ଣିମା ଭାବରେ ସମଗ୍ର ଦେଶରେ ପାଳନ କରାଯାଇ ଥାଏ। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଏହି ବ୍ୟାସ ପୂର୍ଣ୍ଣିମା ପାଳିତ ହେଉଛି, ଏହି ବ୍ୟାସ ପୂର୍ଣ୍ଣିମା ଅବସରରେ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଛତିଆ ପ୍ରଭାତ ଶାଖାର କର୍ମକର୍ତ୍ତା, ବିଶ୍ବହିନ୍ଦୁ ପରିଷଦ ବଡଚଣା ପ୍ରଖଣ୍ଡ ପକ୍ଷରୁ ପାଳନ କରାଯାଇ ଥିଲା। ଦେଶ ହିତରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜକୁ ସମର୍ପିତ ହେବା ଉଚିତ୍ ବୋଲି ପ୍ରତିକ୍ରିୟା ରେ କହିଥିଲେ ସଂଘ ପ୍ରମୁଖ ସର୍ବେଶ୍ଵର ସେଣ୍ଡ ।

Related Articles

Back to top button