State

ନୂଆପାଲି ଆଦିବାସୀ ହାଇସ୍କୁଲରେ ବନମହୋତ୍ସବ ।

ପରିବେଶକୁ ସନ୍ତୁଳିତ କରିବାକୁ ହେଲେ ବୃକ୍ଷରୋପଣ ଅପେକ୍ଷା ସଂରକ୍ଷଣର ଆବଶ୍ୟକତା ରହିଛି – ବିଧାୟକ ଶ୍ରୀ ଡାଙ୍ଗ

ବୃକ୍ଷରୋପଣ କରି ସଚେତନ ବାର୍ତ୍ତା ଦେଲେ ବିଧାୟକ।

 

 

କଣ୍ଟାମାଳ, ୧୭/୭ : (ପ୍ରଭାତ କୁମାର ସାହୁ) ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ ଘଣ୍ଟାପଡ଼ା ସେକସନ ଅନ୍ତର୍ଗତ କୁଲୁତାଜୋର ପଞ୍ଚାୟତ ର ନୂଆପାଲିସ୍ଥିତ ଆଦିବାସୀ ଉଚ୍ଚ ବିଦ୍ୟାଳୟଠାରେ ବନ ମହୋତ୍ସବ ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶକୁ ସନ୍ତୁଳିତ କରିବାକୁ ହେଲେ ବୃକ୍ଷରୋପଣ ସହ ତାର ସୁରକ୍ଷା ଉପରେ ଦୃଷ୍ଟିଦେବାକୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ନୂତନ ଜଙ୍ଗଲ ସୃଷ୍ଟିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଗଛ ଲଗାଇବା ପାଇଁ ଆହ୍ୱାନ ସହ ସଚେତନ କରାଇଥିଲେ। ପରିବେଶ ସଚେତନତା ସମ୍ପର୍କିତ ଏକ ସଚେତନତା ସଭାରେ ମୁଖ୍ୟଅତିଥି କଣ୍ଟାମାଳ ବିଧାୟକ ଶ୍ରୀଡାଙ୍ଗଙ୍କ ସହ ମୁଖ୍ୟବକ୍ତା ଭାବେ ଦିବ୍ୟଶଙ୍କର ରାଉତ ଓ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର,ବୌଦ୍ଧ କେନ୍ଦୁଲିଫ ଡ଼ିଏଫଓ ସୁଦର୍ଶନ ବାଦି, କଣ୍ଟାମାଳ ବ୍ଲକ ଉପାଧ୍ୟାକ୍ଷ ମହେନ୍ଦ୍ର ରଣା,ଏକ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ସାହୁ,କୁଲୁତାଜୋର ସରପଞ୍ଚ ଶ୍ରୀମତୀ ଚୁମୁକି ଭୋଇ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ, ଶିକ୍ଷାବିତ ନୀଳାଞ୍ଚଳ ଭୋଇ,ବିଦ୍ୟାଳୟ ପୂର୍ବତନ ସଭାପତି କରୁଣାକର ସାହୁ ପ୍ରମୁଖ ଯୋଗଦେଇ ପରିବେଶକୁ ଲକ୍ଷ୍ୟକଲେ ବର୍ତ୍ତମାନ ଓ ଭବିଷ୍ୟତକୁ ବିଚାରକୁ ନେଇ ବୃକ୍ଷରୋପଣ ଓ ସଂରକ୍ଷଣର ନିତ୍ୟାନ୍ତ ଆବଶ୍ୟକତା ରହିଥିବା ଉପରେ ମତବ୍ୟକ୍ତ କରିଥିଲେ l ପରେ ନୃତ୍ୟ ଶିକ୍ଷକ ସତ୍ୟ ରଞ୍ଜନ ବାଗ ଙ୍କ ନିର୍ଦେଶନାରେ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ଵାରା ପରିବେଶ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କିତ ସଚେତନତା ମୂଳକ ନୃତ୍ୟ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁଥିଲା। ସହକାରୀ ଶିକ୍ଷକ ଜବରସିଂ ବନଛୋର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଏହିଅବସରରେ ବିଧାୟକ ଶ୍ରୀ ଡାଙ୍ଗ ଙ୍କ କରକମଳରେ ବିଦ୍ୟାଳୟ ଛାତ୍ରୀ ନିବାସ ଭୋଜନ କକ୍ଷର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ବିଦ୍ୟାଳୟର ପରିସରେ ବୃକ୍ଷରୋପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ନାରାୟପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ଜିଲ୍ଲା ଭାଜପା ଉପସଭାପତି ଚିତ୍ତରଞ୍ଜନ ପାତ୍ର,କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ, ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକଧର ରଣା, ମଣ୍ଡଳ ଆଦିବାସୀ ମୋର୍ଚ୍ଚା ସଭାପତି ଗୋପୀନାଥ କହଁର, ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ବରଗାଁ ସମିତିସଭ୍ୟ ପ୍ରତିନିଧି ରାମ ଚନ୍ଦ୍ର ତାଣ୍ଡି ସମେତ ସ୍ଥାନୀୟ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଧାୟକ ଶ୍ରୀ ଡାଙ୍ଗ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button