ଛୋଟ ରଥେ ବଡଦିଅଁ ବାହୁଡ଼ିଲେ ଶ୍ରୀମନ୍ଦିର, ଖୁସୀ ଆନନ୍ଦରେ ବେଗୁନିଆ ଗାଁ ର ଝଲକ !


ତିର୍ତ୍ତୋଲ :–ଡାହୁକ ଡାକୁଥିଲା ହୋ ଭକତେ… ଓ… ଆଜିତ ବାହୁଡା଼ ଜାତ,,ହଁ….ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ସାଥେ ଛନ୍ତି ଜଗନ୍ନାଥ ହୋ…. ଆରେ ମେଘ ତ ଯାଏ ବରଷି, ହଁ… ଭକତ ମେଳରେ ଏ ଶୁଭ ବେଳାରେ କାଳିଆ ଦେଉଛି ହସି ହୋ…..!ମହକ ରହିଛି ଡାହୁକ ଡାକରେ ଭକତେ ଭିଡନ୍ତି ରଶି,,ବାହୁଡ଼ାଯାତ୍ରା ର ମଜା ତ ନିଆରା ଅଜା ନାତି ଯେହ୍ନେ ଖୁସୀ !ନାତି କହେ ଅଜା ରହିଥା ଦେଖିବାକୁ ଏଇ ବାହୁଡା଼ଯାତରା ଆରବରଷ କୁ ଚାହିଁଥା !ରଥର ଦଉଡ଼ିରେ ହାତ ପଡିଗଲେ ଭକ୍ତ ର ହୃଦୟ ଆନନ୍ଦରେ ଭରିଯାଏ ! ଚାହିଁ ରହେ ଆଉ ଗୋଟିଏ ବରଷ କୁ ! କାଳିଆ ଆସିବ ନନ୍ଦିଘୋଷ ଚଢି ଭାଇ ଭଉଣୀଙ୍କୁ ନେଇ ! ବଂଚିଥିଲେ ଦେଖାହବ ବଡ ସାଆନ୍ତଙ୍କ ସଙ୍ଗେ ! କେତେ କିଏ ଭାବିଭାବି ଲୋତକପୂର୍ଣ୍ଣ ଆଖିରେ ରଥ ମଧ୍ୟକୁ ଚାହିଁ ଥିଲେ !ଘଣ୍ଟାଘଣ୍ଟା କାହାଳି ମର୍ଦ୍ଦଳ ଖୋଳ କରତାଳ ଝାଞ୍ଜ ଗିନି ଭେରୀତୁରୀ ଢୋଲମହୁରୀ ଶିଙ୍ଗ ବାଜା ପଞ୍ଜାବୀ ବାଦ୍ୟରେ ଉଛୁଳି ଉଠୁଛି ଗାଁଆ ଦାଣ୍ଡ ! ଆମେ ଜଣାଉଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ ଅଧୀନ ବେଗୁନିଆ ଗ୍ରାମରେ ଆୟୋଜିତ ବାହୁଡ଼ାଯାତ୍ରା ବିଷୟରେ ! ମାଆ ତାରାଦେବୀ ମାଉସୀ ମା ମନ୍ଦିର ଠାରୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପର୍ଯ୍ୟନ୍ତ , ମହା ଆଡ଼ମ୍ବରରେ ଯଥା ବିଧିବିଧାନ ରୀତିନୀତିରେ ବାହୁଡ଼ା ଯାତ୍ରା କରାଯାଇଛି!ଏହି ସମସ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ତତ୍ତ୍ଵlଶ୍ରମ ର ମୂଖ୍ୟ ପୂଜକ ଚାଇନା ପଣ୍ଡା , ରଞ୍ଜନ ପଣ୍ଡା ଙ୍କ ସମେତ ଡଃ ରାଜେନ୍ଦ୍ର କୁମାର ନାୟକ,ଦେବଦତ୍ତ ନାୟକ , ସୋମ ପ୍ରସାଦ ରାଉତ , ନିରଞ୍ଜନ ନାୟକ , ଯୁଗଳ କିଶୋର ବାରିକ , ସରୋଜ କୁମାର ମହାନ୍ତି , ସନ୍ତୋଷ ପାତ୍ର , ଶିବ ପ୍ରସାଦ ନାୟକ ଓ ଯୁବସମାଜସେବୀ ଯଶୋବନ୍ତ ରାଉତ ଓ ବେଗୁନିଆ ଗ୍ରାମର ଅଧିବାସୀ ମାନେ ଉପସ୍ଥିତ ରହି ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ! ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସମେତ, ଶ୍ରାଦ୍ଧକୁ ଭକ୍ତମାନେ ଭାବର ଠାକୁରଙ୍କ ବାହୁଡ଼ାଯାତ୍ରା ରେ ଏଥିରେ ଭାଗ ନେଇ ରଥ ଟାଣିଥିଲେ।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




