ଘରବାହୁଡ଼ା ହେଲେ ପ୍ରଭୁ କାଳିଆ ସାଆନ୍ତ । ହଜାର ହଜାର ଦର୍ଶନାର୍ଥୀ ପ୍ରଭୁଙ୍କ ଦର୍ଶନ ପାଇ ବିମୋହିତ ।


କଣ୍ଟାମାଳ, ୧୫/୭: (ପ୍ରଭାତ କୁମାର ସାହୁ)ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଖୋଲା ଦର୍ଶନ ପାଇଲେ ହଜାର ହଜାର ଦର୍ଶନାର୍ଥୀ । ଭାବବିହ୍ୱଳ ପରିବେଶ ସହ ଗୁଣ୍ଡିଚା ମନ୍ଦିରରୁ ଘରବାହୁଡା ହେଲେ ଚତୁର୍ଦ୍ଧାମୂର୍ତ୍ତୀ । ବେଶ କିଛି ଦିନ ଗୁଣ୍ଡିଚା ମନ୍ଦିରରେ ଗହଳି ଲାଗି ରହୁଥିଲା। କେତେ ସଙ୍କୀର୍ତ୍ତନ, ଭଜନରେ ବିମୋହିତ ହେଉଥିଲେ ଆଜିଠାରୁ ଖାଁ ଖାଁ ଲାଗୁଛି ଗୁଣ୍ଡିଚା ମନ୍ଦିର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ୧୯୦୫ ମସିହାରୁ ଏପରି ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା ପୌରାଣିକ ମତାନୁସାରେ ଲାଗି ରହିଛି। ଏହି ବର୍ଷ ବାହୁଡା ଯାତ୍ରା ଦିନ କୋହଲା ପାଗ ଯୋଗୁଁ ଦଶନାର୍ଥୀଙ୍କ ସଂଖ୍ୟା ଦ୍ଵିଗୁଣିତ ହୋଇଛି। ପରମ୍ପରା ନୀତି ଅନୁଯାୟୀ ଅ: ରା: ୪.୩୦ରେ ପ୍ରଭୁଙ୍କ ପହଣ୍ଡି ହୋଇ ରଥରେ ବିରାଜମାନ କରିଥିଲେ। ଘଣ୍ଟ ,ଶଙ୍ଖ, ସଂକୀର୍ତ୍ତନ, ଘୁମୁରା , ହରିବୋଲ ହୁଳହୁଳି ନାଦରେ ଜୟ ଜଗନ୍ନାଥ ଧ୍ବନିରେ ପ୍ରଭୁ ନିଜର ଆସ୍ଥାନ କୁ ଫେରି ଆସିଥିଲେ। ଘଣ୍ଟାପଡ଼ା ଗ୍ରାମ୍ୟ କମିଟୀଦ୍ୱାରା ପରିଚାଳିତ ବାହୁଡ଼ା ଯାତ୍ରାରେ ସେବାୟତ ରାଧାରମଣ ପାଣିଗ୍ରାହୀ, ମନୋଜ ପାଣିଗ୍ରାହୀ, ଚିତ୍ତ ପାଣିଗ୍ରାହୀ, ରାକେନ୍ଦ୍ର ପାଣିଗ୍ରାହୀ,ଗଜେନ୍ଦ୍ର ପାଣିଗ୍ରାହୀ,ପପୁନ ପାଣିଗ୍ରାହୀ, ଲିପୁନ ପାଣିଗ୍ରାହୀ ପ୍ରମୁଖ ରୀତିନୀତିରେ ପୂଜାକାର୍ଯ୍ୟ, ପହଣ୍ଡି କାର୍ଯ୍ୟ,ରଥରେ ଶିଶୁଙ୍କ ରଥ ଛୁଆଁ କାର୍ଯ୍ୟ କରିଥିବା ସ୍ଥଳେ ଜମିଦାର ବସନ୍ତ ମାଝୀ ଛେରାପହଁରା କାର୍ଯ୍ୟ କରିଥିଲେ ଏବଂ ପୋଲିସ ବିଭାଗ ଶାନ୍ତିଶୃଙ୍ଖଳାକୁ ଉତ୍ତମ ଭାବେ ପରିଚାଳିତ , ବିଜୁଳି ବିଭାଗ ମଧ୍ୟ ଉତ୍ତମ ବୁଝାମଣାରେ ବିଦ୍ୟୁତ କାଟଓ ଯୋଗାଣ କରିଥିବାରୁ ସମସ୍ତଙ୍କୁ କମିଟୀର ଉପଦେଷ୍ଠା ସୁଶାନ୍ତ ମାଝୀ କୃତଜ୍ଞତା ଜଣାଇଛନ୍ତି। ସେହିପରି ଘଣ୍ଟାପଡ଼ା ଥାନା ଅଞ୍ଚଳର ଖୁଣ୍ଟିଗୋରା, ଫାସେଡ଼, ଆମ୍ବଗାଁ, ନାରାୟଣପ୍ରସାଦ ଆଦି ସ୍ଥାନମାନଙ୍କର ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିବା ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




