State

ଜୟଦୁର୍ଗା ସ’ମିଲ ର ପ୍ରତିଷ୍ଠାତା ବଟବାବା ଆଉ ନାହାନ୍ତି !

 

 

 

 

 

 

କୁଜଙ୍ଗ ::-

ବ୍ୟକ୍ତିର ବ୍ୟକ୍ତିତ୍ୱକୁ ସେତେ ବେଳେ ମାନେ ପକାନ୍ତି ଯେତେବେଳେ ସେଇ ବ୍ୟକ୍ତି ଏ ସଂସାରର ମୋହମାୟାକୁ ଜଳାଞ୍ଜଳି ଦେଇ ଇହଧାମ ତ୍ୟାଗକରି ପରପାରିକୁ ଚାଲି ଯାଇଥାନ୍ତି !ସେପରି କର୍ମବୀର, ଧର୍ମବୀର, ପରୋପକାରୀ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବ୍ୟବସାୟ ର ପେଣ୍ଠସ୍ଥଳୀ କୁହାଯାଉଥିବା ରାହାମା ର ବଟବାବା ନାମରେ ପରିଚିତ ଶ୍ରୀଯୁକ୍ତ ବଟକୃଷ୍ଣ ସାହୁ !
ଦୀର୍ଘଦିନ ଧରି ବାର୍ଦ୍ଦକ୍ୟ ହେତୁ ଅସୁସ୍ଥ ଥିଲେ ! ଗତ ଶ୍ରୀଗୁଣ୍ଡିଚା ତିଥିରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇ ଯାଇଛି !ମୃତ୍ୟୁ ସମୟରେ ତାଙ୍କର ଦୁଇପୁଅ
ଅଜୟ ଓ ଚୈତନ୍ୟ ପୁତୁରା ଅକ୍ଷୟ ଓ ପରିବାର ଜନ ଉପସ୍ଥିତ ଥିଲେ !ବଟ ବାବା ରାହାମା ବଡ ବଜାର ର ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ଥିବାବେଳେ ଜୟଦୁର୍ଗା ସ’ମିଲ ର ପ୍ରତିଷ୍ଠାତା ଥିଲେ !ତାଙ୍କର ମୃତ୍ୟୁ ଖବର ପାଇ ରାହାମା ତଥା ଆଖପାଖ ପଞ୍ଚାୟତରେ ଗଭୀର ଶୋକର ଛାୟା ଖେଳି ଯାଇଥିଲା !ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ରବିନାରାୟଣ ସାହୁ, ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା, ସୁନାକର ବେହେରା, ଶରତ କୁମାର ସାହୁ, ହେମନ୍ତ ସାହୁ, ମନୋଜ ସାହୁ, ସରୋଜ ସାହୁ, ଶଙ୍କର୍ଷଣ ସାହୁ,ମନୋହର ସ୍ୱାଇଁ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରଙ୍କୁ ଶାନ୍ତ୍ୱନା ପ୍ରଦାନ କରିଥିଲେ !ତାଙ୍କର ମରଶରୀର କୁ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇ ସେଠାରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିଲା !ଜ୍ୟେଷ୍ଠ ପୁତ୍ର ଅଜୟ କୁମାର ସାହୁ ମୁଖାଗ୍ନି ପ୍ରଦାନ କରିଥିଲେ !କନିଷ୍ଠ ପୁତ୍ର ଚୈତନ୍ୟ କୁମାର ସାହୁ ଓ ପୁତୁରା ଅକ୍ଷୟ କୁମାର ସାହୁଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିବାର ଖବର ଜଣାଯାଇଛି !କିନ୍ତୁ ବାହୁନି ବାହୁନି କାଂଦୁଛି ରାହାମା ବଡ ବଜାର ର ଲଷ୍ମୀ ମଣ୍ଡପ, ବ୍ୟବସାୟ ପ୍ରତିଷ୍ଠାନ, ହିତାକାଂକ୍ଷୀ ବନ୍ଧୁ ମାନେ ଆଉ ପ୍ରିୟ ପରିଜନ ! ଏପରି ମଣିଷ ମିଳିବା ଅସମ୍ଭବ ବୋଲି ଝୁରି ହେଉଛନ୍ତି ପଞ୍ଚାୟତ ବାସୀ !ଚର୍ଚ୍ଚା ହେଉଛି ଶ୍ରୀଗୁଣ୍ଡିଚାର ପୁଣ୍ୟ ତିଥିରେ ସ୍ବର୍ଗବାସୀ ହୋଇ ତମେ ଅମର ହେଇଗଲ ବଟ ବାବା !ଯେବେ ସମ୍ଭବ ହୁଏ ତେବେ ଆଉଥରେ ଫେରି ଆସ ! ଈଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା ! ଏଇତ ହେଉଛି ବ୍ୟକ୍ତିର ବ୍ୟକ୍ତିତ୍ୱ ର ପରିଚୟ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button