State

କଙ୍କା ଗ୍ରାମରେ ରାଧାକୃଷ୍ଣ ମନ୍ଦିରର ରତ୍ନମୂଦ ଉତ୍ସ୍ବବ ମହାସମାରୋହରେ ପାଳିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନିକଟସ୍ଥ କଙ୍କା ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ନୂତନ ମନ୍ଦିରର ରତ୍ନମୂଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି, ଏଥିରେ କର୍ତ୍ତା ଭାବେ ପ୍ରେମାନନ୍ଦ ମହାମାନ ସିଂହ ଓ କର୍ତ୍ତି ପ୍ରମିଳା ମହାମାନ ସିଂହ, ପୁରୋଧା ବିଭୂତି ମିଶ୍ର ଅଜୟ ପାଣିଙ୍କ ସମେତ ବାଇଁଶିଆ, କରମୂଳ, ଯୋରନ୍ଦା ପଞ୍ଚାୟତର ଅନେକ ଶ୍ରଦ୍ଧାଳୁ ଯୋଗଦାନ ଦେଇଥିଲେ, ସୋମବାର ସକାଳୁ ପୂଜା ମନ୍ତ୍ର ପାଠ ସଙ୍କୀର୍ତ୍ତନ ଭଜନ ହୋଇ ସାରିବା ପରେ ଅପରାହ୍ନରେ ପୁରୋଧା କର୍ତ୍ତା କର୍ତ୍ତିଙ୍କ ଉପସ୍ଥିତିରେ ମନ୍ଦିରର ମୁଖ୍ୟ କାରିଗର ଶ୍ରୀଯୁକ୍ତ ଅରୁଣ ମହାରଣା ରତ୍ନମୂଦ କାର୍ଯ୍ୟ ସମାପନ କରିଥଲେ, ଏହି ଉତ୍ସ୍ବବର ମୂଖ୍ୟ ଅତିଥିଭାବେ ଢେଙ୍କାନାଳର ଯୁବ ସମାଜସେବୀ ମହାଦେବ ପାତ୍ର ଓ ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଏମ୍ ଜେ ମହିମା ଭାଇ ଯୋଗଦାନ କରିଥିଲେ, ପରିଶେଷରେ ପ୍ରସାଦ ବିତରଣ କରାଯାଇ ଥିଲା, କଙ୍କା ଗ୍ରାମବାସୀ ଓ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ସହଯୋଗରେ ରତ୍ନମୂ ଦ କାର୍ଯ ଉତ୍ସ୍ବବ ସରସ ସୁନ୍ଦର ହୋଇ ପାରିଥିଲା

Related Articles

Back to top button