State

ନିର୍ବାଚିତ ପରେ ବୌଦ୍ଧ ଜିଲ୍ଲାକୁ କନ୍ଧମାଳ ସାଂସଦଙ୍କ ପ୍ରଥମ ଦିନିକିଆ ଗ୍ରସ୍ଥ ଓ ମତଦାତାଙ୍କୁ ଧନ୍ୟବାଦ ଓ ସଂପର୍କ ପାଇଁ ଅଭିଯାନ।

କଣ୍ଟାମାଳ,୯/୭: (ପ୍ରଭାତ କୁମାର ସାହୁ)ସାଂସଦ ଭାବେ ନିର୍ବାଚିତ ହେବାପରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଜିଲ୍ଲାକୁ ପ୍ରଥମକରି ଏକ ଦିନିକିଆ ଗ୍ରସ୍ଥରେ ଆସିଛନ୍ତି ନବନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀ । ସାଂସଦ ଶ୍ରୀ ପାଣିଗ୍ରାହୀ ମତଦାତା ତାଙ୍କର ବହୁ ମୂଲ୍ୟ ଭୋଟ ଦେଇ ତାଙ୍କୁ ବିଜୟୀ କରିଥିବାରୁ ମତଦାତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଓ ସଂପର୍କ ସ୍ଥାପନ ପାଇଁ ମଙ୍ଗଳବାର ସକାଳୁକନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରୁ ବାହାରି ବୌଦ୍ଧ ଜିଲ୍ଲାର ସିମାନ୍ତ ଖୁଣ୍ଟିଗୋରାରେ ଏକ ସଭାର ଆୟୋଜନ କରିଥିଲେ। ସଭାରେ ସାଂସଦ ଶ୍ରୀ ପାଣିଗ୍ରାହୀ ମତଦାତାଙ୍କୁ ଧନ୍ୟବାଦ ଜଣାଇବା ସଂଗେ ସଂଗେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ଦିଗରେ ଦୃଷ୍ଟିଦେବାକୁ ପ୍ରତିଶୃତି ଦେଇଥିଲେ। ସଭାପରେ ସେଠାରୁ ସାଂସଦ ଆମ୍ବଗାଁ,ଘଣ୍ଟାପଡ଼ା,ମଲିକୁଦରେ ଜନସାଧାରଣ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ।ସେଠାରୁ କଣ୍ଟାମାଳ ,ପଲସାଗୋରା ଓ ମନମୁଣ୍ଡାଠାରେ ମତଦାତା ସଂପର୍କସଭା ପରେ ବୌଦ୍ଧ ବ୍ଳକ ଅଭିମୁଖେ ଯାତ୍ରା କରିଥିଲେ। ପୂର୍ବରୁ ବୌଦ୍ଧ ଜିଲ୍ଲା ସିମାନ୍ତ ଖୁଣ୍ଟିଗୋରା ଠାରେ କଣ୍ଟାମାଳ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ଯୁବ ବିଜେପି ସଭାପତି ଅଟଳ ପ୍ରଧାନ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶନୀ ରଥ, ପୂର୍ବ ରାଜ୍ୟ ବୟନିକା ସଭାପତି ଶେଷଦେବ ମେହେର, ଘଣ୍ଟାପଡ଼ା ବିଜେପି ମଣ୍ଡଳ ସଭାପତି ପିନାକଧର ରଣା, ଜିଲ୍ଲା ପ୍ରଭାରୀ କୃଷ୍ଣ ମିଶ୍ର,ବରିଷ୍ଠ ବିଜେପି ନେତା ନବିନ ମହାପାତ୍ର, ଯୁବନେତା ଓମ୍ ପ୍ରକାଶ ମିଶ୍ର, ଶ୍ରୀକାନ୍ତ ମିଶ୍ର,ଦିପକ ବାରିକ,ଘଣ୍ଟାପଡ଼ା ଆଦିବାସୀ ମଣ୍ଡଳ ସଭାପତି ଗୋପୀନାଥ କହଁର ଓ ବିଜେପିର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ପାଛୋଟି ଆଣିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button