State
ମାଁ ପାଇଁ ଗଛ ଲଗାଇଲେ ବିଧାୟକ ସରୋଜ,


ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ).ବିନା ବୃକ୍ଷ ରେ ସମାଜ ବଞ୍ଚିବା କଷ୍ଟକର, ବୃକ୍ଷ ହିଁ ଜୀବନ, ବୃକ୍ଷ ପାଇଁ ଏହି ପ୍ରାକୃତିକ ପରିବେଶ ସୁନ୍ଦର ଦିଶିବା ସହ ମାନବ ସମାଜ ବଞ୍ଚିପାରେ lସୁସ୍ଥ ପରିବେଶ ସୁସ୍ଥ ଜୀବନ ଏ କଥା କୁ ପାଥେୟ କରି ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ପବିତ୍ର ରଥଯାତ୍ରା ଦିବସ ରେ ପ୍ରଥମେ ନିଜ ମାଁ ଙ୍କ ସହ ମିଶି ନିଜ ଜନ୍ମ ଭୂମି କୃଷ୍ଣପାଲି ଗ୍ରାମ ଠାରେ ପହଁଚି ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ମାଁ ପାଇଁ ଗଛ ଟିଏ ଆହ୍ୱାନ କୁ ଶକ୍ତିଶାଳୀ କରିବା ନେଇ ବୃକ୍ଷ ରୋପଣ କରିଥିଲେ l ତାଙ୍କର ଏଭଳି ମହତ କାର୍ଯ୍ୟ କୁ ସାଧାରଣ ରେ ବେଶ ପ୍ରଶଂସିତ କରାଯାଉଥିବା ବେଳେ ମାଁ ପାଇଁ ଆମେ ସମସ୍ତେ ଗଛ ଟିଏ ଲଗାଇବା ଏବଂ ମାଁ ଯାହା ବୃକ୍ଷ ମଧ୍ୟ ତାହା କହି ସଚେତନତା ବାର୍ତ୍ତା ଦେଇଥିଲେ l ଏବଂ ପବିତ୍ର ରଥଯାତ୍ରା ଦିବସ ରେ ଲୋକଙ୍କ ସହ ମିଶି ବୃକ୍ଷ ରୋପଣ କରିବାସହ ସମସ୍ତ ଚାଷୀଙ୍କ ଶୁଭ କମନା ଜଣାଇଥିଲେ l




