ବିଦ୍ୟାଳୟ ପକ୍ଷରୁ କୃତୀ ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା,ଛତିଆ ଶଷିଦେବୀ ଗାର୍ଲସ ହାଇସ୍କୁଲ ର ଜୟଶ୍ରୀ ରାଉତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି,


ବିଦ୍ୟାଳୟ ପକ୍ଷରୁ କୃତୀ ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା,ଛତିଆ ଶଷିଦେବୀ ଗାର୍ଲସ ହାଇସ୍କୁଲ ର ଜୟଶ୍ରୀ ରାଉତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି,ରାଜ୍ୟ ସାହିତ୍ୟ ଏକାଡୋମୀ ପକ୍ଷରୁ ଗତସାତ ତାରିଖ ଦିନ ଯାଜପୁର ଜିଲ୍ଲା ସଂସ୍କୃତି ଭବନ ମୁନିସିପାଲିଟି ହାଇସ୍କୁଲ ଠାରେ ରାଜ୍ୟ ସାହିତ୍ୟ ଏକାଡୋମୀ ସ୍ଵନ କ୍ଷେତ୍ର ଦିବସ 2024ପାଳନ ଅବସର ରେ ଜିଲ୍ଲା ସ୍ତରୀୟ ସାହିତ୍ୟ ସମ୍ପର୍କିତ ବକ୍ତୃତା, କବିତା, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଜିଲ୍ଲା ପାଳ ନିଖିଳ ପବନ କୁମାର, ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ,ଛତିଆ ଶଶୀ ଦେଵି ଗାର୍ଲସ ହାଇସ୍କୁଲ ର ଛାତ୍ରୀ ଜୟଶ୍ରୀ ରାଉତ ବରିଷ୍ଟ ବର୍ଗ ରୁ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ନିଜ ବିଦ୍ୟାଳୟ ର ଗୌରବ ବର୍ଦ୍ଧନ କରିଛନ୍ତି,, ଆଜି ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଶୁଭେଚ୍ଛାଜ୍ଞାପନ କରାଯାଇଅଛି, ଏକ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ କରାଯାଇଥିଲା, ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ଙ୍କ ସଭା ପତିତ୍ୱ ରେ ଉକ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା, କୃତୀ ଛାତ୍ରୀ ଜୟଶ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ସବୁ ଛାତ୍ରୀ ଏହିପରି ଚେଷ୍ଟା କରି ଜୟଶ୍ରୀ ଭଳି ସଫଳ ତାର ଶୀର୍ଷ ରେ ପହଂଚି ବା ପାଇଁ ପରାମର୍ଶ ଦେଇଥିଲେ, ବିଜ୍ଞାନ ଶିକ୍ଷକ ନବ କିଶୋର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ, ଗୀତିଧାରା ପୃଷ୍ଟି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,,




