State
ବରାହ ଓ ନୃସିଂହ ଅବତାରରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମହାପ୍ରଭୁ..l


ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ). ଶ୍ରୀମନ୍ଦିର ଛାଡି ମାଉସୀ ଘରେ ନଅ ଦିନ ପାଇଁ ପଭୁ ଜଗନ୍ନାଥ l ଏହି ନଅ ଦିନରେ ପ୍ରଭୁ ଦଶବତାର ରୂପ ରେ ଭକ୍ତ ଙ୍କୁ ଦର୍ଶନ ଦେବେ l ବିଭିନ୍ନ ମାଉସୀ ମା ମନ୍ଦିର ରେ ମହାପ୍ରଭୁ ଙ୍କ ଭିନ୍ନ ଭିନ୍ନ ଅବତାର କରିଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ହରଭଙ୍ଗା ଠାରେ ମହାପ୍ରଭୁ ଆଜି ବରାହ ଓ ନୃସିଂହ ଅବତାରରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ଏହି ଠାରେ ଥିବା ଜଗନ୍ନାଥ ମନ୍ଦିର 100ବର୍ଷ ରୁ ଉର୍ଦ୍ଧ ହୋଇଥିବା ବେଳେ ଏହା ବୌଦ୍ଧ ରାଜାଙ୍କ ଦ୍ୱାରା ନିର୍ମାଣ ହୋଇଥିଲା l ସେହିପରି ରାମଗଡ ଠାରେ ମହାପ୍ରଭୁ ଙ୍କ ବରାହ ଅବତାର ରେ ଭକ୍ତ ଦର୍ଶନ କରିଥିଲେ l ଠିଡ଼ିକl ଜୋର ଦିବ୍ୟ ପୁରୁଷୋତ୍ତମ ଧାମରେ ମହାପ୍ରଭୁ ଙ୍କ ମତ୍ସ ଓ କଚ୍ଛପ ରୂପ ଅନ୍ୟନ୍ତ ମନଲୋଭା ହୋଇଥିବା ବେଳେ ବାଇଶି ପଡ଼ା, କୁସଙ୍ଗ, ତିଲେଶ୍ୱର, ପୁରୁଣାକଟକ, ବିରାମଚନ୍ଦ୍ରପୁର, କରଡ଼ି ଆଦି ଗ୍ରାମ ଗୁଡିକରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଭିନ୍ନ ଭିନ୍ନ ଅବତାର ଦେଖିବାକୁ ମିଳିଥିଲା l




