2024 ସାଧାରଣ ନିର୍ବାଚନ ପରେ ହରଭଙ୍ଗା ବ୍ଲକ ରେ ପ୍ରଥମ ଯୁଗ୍ମ ଅଭିଯୋଗ ଶୁଣାଣି … ମିଳିଲାନି କୌଣସି ସରକାରୀ ସହାୟତା….


ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ 2024 ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ମଙ୍ଗଳବାର ଦିନ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣି ରେ ସମୁଦାୟ 121ଗୋଟି ଅଭିଯୋଗ ଆସିଥିଲା l ଏଥି ମଧ୍ୟରୁ 112ଗୋଟି ବ୍ୟକ୍ତିଗତ ଓ 09ଗୋଟି ସାମୁହିକ ଅଭିଯୋଗ କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜୟକୃଷ୍ଣ ମିଶ୍ର, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଏସଡିପିଓ କୁଲଦୀପ ମିନା, ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠୀ, ତହସିଲଦାର ବିଭୁ ପ୍ରସାଦ ସିଂ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକ ଭିତ୍ତି କରି ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି 22ଗୋଟି ସମସ୍ୟା ର ସମାଧାନ କରିଥିଲେ।ଏହି ଅଭିଯୋଗ ଶୁଣାଣି ସାଧାରଣ ନିର୍ବାଚନ ପରେ ହରଭଙ୍ଗା ବ୍ଲକ ରେ ପ୍ରଥମ ଥର ହୋଇ ଥିବାରୁ ଜନ ସାଧାରଣ ସମସ୍ୟାର ସମାଧାନ ଓ ସରକାରୀ ସହାୟତା ଆଶାରେ ଆସି କୌଣସି ସରକାରୀ ସହାୟତା ନ ପାଇ ନିରାଶରେ ଫେରି ଥିଲେ ଓ ଅସନ୍ତୋଷ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା l ଉକ୍ତ ଅଭିଯୋଗ ଶୁଣାଣି ରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l




