State

ବୀରନରସିଂହପୁର ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜିଜ୍ଞାସା ଉଦଘାଟିତ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )
ମଙ୍ଗଳବାର ଦିନ 11 ଘଣ୍ଟା ସମୟରେ ବୀରନରସିଂହପୁର ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ 3 ଦିନିଆ ଜିଜ୍ଞାସା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ | କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଓମ୍ ପ୍ରକାଶ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ଯୋଗ ଦେଇଥିଲେ | ବରିଷ୍ଠ ଶିକ୍ଷକ ନବ କିଶୋର ଦୀପ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ବିଜ୍ଞାନ ଶିକ୍ଷକ ତପନ କୁମାର ପତି ଧନ୍ୟବାଦ୍ ଅର୍ପଣ କରିଥିଲେ | ମାଷ୍ଟର ଟ୍ରେନର ଭାବରେ ପ୍ରଭୁଦତ୍ତ ବେହେରା, ସୌମିତ୍ରୀ ପ୍ରଧାନ, ଶିବାନନ୍ଦ ପାଳ, ଆକାଶ ମେହେର ପ୍ରଶିକ୍ଷଣ ଦେଇଥିଲେ | ବ୍ଲକର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l

Related Articles

Back to top button