State

ସମର୍ପଣ ସୋସିଆଲ ଫାଉଣ୍ଡେସନର ସେବାକାର୍ଯ୍ୟ । ସେବାକାର୍ଯ୍ୟକୁ ପ୍ରଶଂସା କଲେ ଅଞ୍ଚଳ ବାସୀ ।

କଣ୍ଟାମାଳ, ୮/୭: (ପ୍ରଭାତ କୁମାର ସାହୁ)ପରମ୍ପରାକୁ ଆପଣାଇ ଗୋଟିଏ ଦିନ ପରେ ପାଳିତ ହୁଏ ବୌଦ୍ଧ ଜିଲ୍ଲାର ବାଉଁଶୁଣୀଛକସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଏହି ପର୍ବରେ ଆଖପାଖ ଦଶଟି ପଞ୍ଚାୟତରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଅଧିକ ଜନ ସମାଗମକୁ ଆଖି ଆଗରେ ରଖି ଭକ୍ତମାନଙ୍କ ସେବାରେ ପୂର୍ବ ବର୍ଷମାନଙ୍କ ଭଳି ସମର୍ପଣ ସୋସିଆଲ ଫାଉଣ୍ଡେସନ ବାଉଁଶୁଣୀ ନିଜକୁ ନିୟୋଜିତ ରଖିଥିଲା। ପ୍ରଚଣ୍ଡ ଗୁଳୁଗୁଳିରୁ ଲାଘବ ପାଇବା ପାଇଁ ଭକ୍ତମାନଙ୍କୁ ଥଣ୍ଡାପାଣି, ଦହି ସରବତ ଓ ଉପମା ଖଟା ଖାଦ୍ୟ ପରିବେଷଣ କରାଯାଇଥିଲା। ଉକ୍ତ ସେବାକାର୍ଯ୍ୟରେ ଅଶୋକ ମେହେର, ନନ୍ଦମଣି ମେହେର ଆଦି ବଦାନ୍ଯ ବ୍ୟକ୍ତିମାନଙ୍କ ସହିତ ଫାଉଣ୍ଡେସନର ସମସ୍ତ ଅଂଶୀଦାର ସଭ୍ଯ ସହାୟତା ପ୍ରଦାନ କରିଥିଲେ।ଅଞ୍ଚଳବାସୀଙ୍କ ଦ୍ବାରା ଏ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ଓ ଫାଉଣ୍ଡେସନର ଆଦୃତି ବୃଦ୍ଧି ହେଉଥିବାର ଚର୍ଚ୍ଚା ହେଉଛି ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button