Education

ବି. ବି. ହାଇସ୍କୁଲ,ଢେଙ୍କାନାଳ ୧୨୮ ତମ ପ୍ରତିଷ୍ଠା ସପ୍ତାହ, ଗୋପବନ୍ଧୁ ଦାସଙ୍କ ୯୬ ତମ ତିରୋଧାନ ଦିବସ ତଥା ଶ୍ରାଦ୍ଧବାର୍ଷିକୀ-୨୦୨୪ ଓ ‘ବନ ମହୋତ୍ସବ ସପ୍ତାହ’ ପାଳିତ

ଢେଙ୍କାନାଳ: ତା.୦୬.୦୭.୨୦୨୪ ରିଖ : ( )ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବିଦ୍ୟାଳୟର ୧୨୮ ତମ ପ୍ରତିଷ୍ଠା ସପ୍ତାହ, ଗୋପବନ୍ଧୁ ଦାସଙ୍କ ୯୬ ତମ ତିରୋଧାନ ଦିବସ ତଥା ଶ୍ରାଦ୍ଧବାର୍ଷିକୀ-୨୦୨୪ ଏବଂ ‘ବନ ମହୋତ୍ସବ ସପ୍ତାହ’ ପାଳନ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ‘ମା’ଙ୍କ ନାମରେ ଗଛଟିଏ’ କାର୍ଯ୍ୟକ୍ରମ ଓ ବି. ବି.ହାଇସ୍କୁଲ,ଢେଙ୍କାନାଳର ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ଅଭିନୀତ ନାଟକ ‘ଚାଲ ଆମେ ସ୍କୁଲ ଯିବା’ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ପ୍ରାରମ୍ଭରେ ବିଦ୍ୟାଳୟ ଇକୋ କ୍ଲବ୍ ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ସୁନିତାବାଳା ଷଡଙ୍ଗୀ,ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର୍ ଡା.ଦେବୀ ପ୍ରସାଦ ମିଶ୍ର,ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ଦିପ୍ତିଶ କୁମାର ଶତପଥୀ,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ନୌବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକଙ୍କ ନେତୃତ୍ଵରେ ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ଓ ନୌ ବାହିନୀ ବାଳକ ଓ ବାଳିକା,ଆକାଶ ବାହିନୀ ବାଳକ ବିଭାଗର କ୍ୟାଡ଼େଟ୍ ଓ ଇକୋ କ୍ଲବ୍ ଛାତ୍ରୀ ଛାତ୍ର ମାନେ,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ ବୃନ୍ଦ ଓ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା,ସଭ୍ୟ ବୃନ୍ଦ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ତାପରେ ବିଦ୍ୟାଳୟ ପରିସରସ୍ଥ ନୂତନ ଭାବରେ ସଂସ୍ଥାପିତ ‘ପଞ୍ଚସଖା ମୁକ୍ତ ବନ ବିଦ୍ୟାଳୟ’ ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ-୨୦୨୪ ସମାହିତ ହୋଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ସମସ୍ତ ଛାତ୍ରୀଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ ବୃନ୍ଦ, ପରିଚାଳନା କମିଟିର ସଦସ୍ୟା,ସଦସ୍ୟ ବୃନ୍ଦ ପର୍ଯ୍ୟାୟକ୍ରମେ ଆସି ବିଦ୍ୟାଳୟ ପରିସରରେ ଥିବା ଅଭିନବ ପଞ୍ଚସଖା ମୁକ୍ତ ବନବିଦ୍ୟାଳୟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପ୍ରଜ୍ଞାପୁରୁଷ ପଣ୍ଡିତ ନୀଳକଣ୍ଠ ଦାସ,ପଣ୍ଡିତ ଗୋଦାବରୀଶ ମିଶ୍ର ,ଆଚାର୍ଯ୍ୟ ହରିହର ଦାସ,ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଭଳି ପଞ୍ଚସଖାଙ୍କ ନାମରେ ଖ୍ୟାତ ସମସ୍ତଙ୍କର ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସ୍ଵୀୟ ବକ୍ତବ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୀବନୀ,ସାହିତ୍ୟ କୃତି, ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ,ବନବିଦ୍ୟାଳୟ ସ୍ଥାପନା ଓ ସଫଳ ପରିଚାଳନା,ସମାଜ ଖବର କାଗଜ ସ୍ଥାପନା ଓ ବଳିଷ୍ଠ ସମ୍ପାଦନା ,ବନ୍ୟା ବାତ୍ୟା ସମୟରେ ସେବା ଆଦି ତାଙ୍କର ବହୁମୁଖି ଜୀବନଧାରା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଛାତ୍ରୀ ଛାତ୍ର ମାନଙ୍କୁ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏବଂ ସମସ୍ତେ ତାଙ୍କ ସମ୍ପର୍କରେ ଗୋଟିଏ ଗୋଟିଏ ପ୍ରବନ୍ଧ ଲେଖିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ। ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ-୨୦୨୪ ପାଳନ ଅବସରରେ ସ୍ଵୀୟ ବକ୍ତବ୍ୟରେ ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନା,ଏହାର ସଫଳ ପରିଚାଳନା ଯୋଗୁଁ ଅନେକ ସଫଳ ଛାତ୍ର ସୃଷ୍ଟି,ସତ୍ୟବାଦୀ ପ୍ରେସ୍ ରୁ ସର୍ବ ଜନାଦୃତ ସମାଜ ଖବକାଗଜ ପ୍ରଥମ ପ୍ରକାଶନ କରି ଏହାର ସମ୍ପାଦକ ଭାବରେ ସମାଜର ହିତ ସାଧନ ପାଇଁ କଲମ ଚାଳନା କରି ସ୍ଵୀୟ ସଂପାଦକୀୟ ମାଧ୍ୟମରେ ଜନଜୀବନର ସମସ୍ୟା ଗୁଡ଼ିକୁ ସଫଳ ଉତ୍ଥାପନ କରିଥିଲେ ।ବନ୍ୟା ,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ନିଜ ଏକମାତ୍ର ପୁତ୍ରର ଦେହ ଅସୁସ୍ଥ ଥିବା ସମୟରେ ମଧ୍ୟ ପ୍ରପୀଡ଼ିତ ଜନସାଧାରଣଙ୍କ ସେବା କରିବାକୁ ଆଗଭର ହୋଇ ଆଗେଇ ଆସୁଥିଲେ। ସ୍ଵାଧୀନତା ସଂଗ୍ରାମରେ ଝାସଦେଇ କାରାବରଣ କରି ‘ରେଳ ଉପରେ ଚିଲିକା ଦର୍ଶନ’କବିତାରେ ଗାଇ ଉଠିଥିଲେ – “ରହ ରହ କ୍ଷଣେ ବାଷ୍ପୀୟ ଶକଟ,ଦେଖିବି ଚିଲିକା ଚାରୁ ଚିତ୍ରପଟ।” ‘ବନ୍ଦୀର ଆତ୍ମକଥା’, ‘କାରା କବିତା’ ମଧ୍ୟ ତାଙ୍କର ସାହିତ୍ୟିକ ଜୀବନର ପରାକାଷ୍ଠା ପ୍ରଦର୍ଶନ କରିଥାଏ।ତାଙ୍କର ଗୋଟିଏ ବିଶ୍ଵ ଜନାଦୃତ ଅନନ୍ୟ ତଥା ଅନବଦ୍ୟ ପଙ୍କ୍ତି -“ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ,ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼” ତାଙ୍କର ବଳିଷ୍ଠ ଦେଶପ୍ରେମର ଯେ ଏକ ଜ୍ୱଳନ୍ତ ନିଦର୍ଶନ ଏହା ଅନସ୍ବୀକାର୍ଯ୍ୟ ବୋଲି ଦୃଢ଼ ମତପୋଷଣ କରିଥିଲେ।
ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ଦାୟିତ୍ଵରେ ଥିବା ବରିଷ୍ଠ ଶିକ୍ଷକ,ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର୍ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ୍,ବିରଞ୍ଚି ନାଏକ, ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଅଫିସର୍ କିଶୋର ଚନ୍ଦ୍ର ସାମଲ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜକ ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ଦିପ୍ତିଶ କୁମାର ଶତପଥୀ,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ନୌବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ,ତ୍ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ, ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା, ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ସିଭିଲିଆନ ବାଳକ ଓ ବ୍ୟାଣ୍ଡ ଦଳ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ଡେପୁଟେସନରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ସୁନିତା ନାଥ,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର, ଏଲିମେଣ୍ଟାରୀ ଶିକ୍ଷୟିତ୍ରୀ ସ୍ମିତା ପଟ୍ଟନାୟକ,ଅନିତା ସାହୁ, ସୁଜିତ କୁମାର ବାରା,ବରିଷ୍ଠ କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ ଓ ସୁଦର୍ଶନ ସାହୁ,ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ଯୋଗଦାନ ଓ ମିଳିତ ମାର୍ଗଦର୍ଶନରେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସୁଲଳିତ କଣ୍ଠରେ ସୁମଧୁର ଶାନ୍ତିପାଠ କରିଥିଲେ । ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ଏହି ଅବସରରେ ସ୍ଵାଗତଭାଷଣ,ଅତିଥି ପରିଚୟ ପ୍ରଦାନ,ଉତ୍ସବର ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।

Related Articles

Back to top button