State

ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଟଙ୍କ ତୋରାଣି ଓ ମହୋତ୍ସବ କମିଟି ପକ୍ଷରୁ ଅବଢ଼ା ବଣ୍ଟନ. ଯୋଗ ଦେଲେ ବୌଦ୍ଧ ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ l

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ରଥଯାତ୍ରା ରେ ଭକ୍ତ ଙ୍କ ଗହଳି କୁ ପରିଲିକ୍ଷିତ କରି ” ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ତରଫରୁ ଭକ୍ତ ଙ୍କୁ ଟଙ୍କ ତୋରାଣି ବଣ୍ଟନ କରାଯାଇଛି l ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ସବୁବେଳେ ଲୋକଙ୍କ ସାଥିରେ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛି ତାହା ଅଂଚଳ, ଜିଲ୍ଲା ଓ ରାଜ୍ୟରେ ପ୍ରଶଂସା ର ପାତ୍ର ହୋଇ ପାରିଛି l ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ରେ ହଜାର ହଜାର ଭକ୍ତ ଙ୍କୁ ଟଙ୍କ ତୋରାଣି ବଣ୍ଟନ କରି ଯେଉଁ ଆନନ୍ଦ ଓ ପ୍ରଶଂସା ପାଇଛି ତାହା ଅତୁଳନୀୟ l ଉକ୍ତ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ରେ ଆସୋସିଏସନ ର ଉପ ସଭାପତି ଶାଶ୍ୱତ ଦାସ, ସମ୍ପାଦକ ଭାଗବତ ମେହେର, ସହ ସମ୍ପାଦକ ସିମୁନ ନାଏକ,କୋଷାଧକ୍ଷ ବାସୁଦେବ ସାହୁ, ବରିଷ୍ଠ ଉପଦେଷ୍ଟା ଚିତ୍ତରଞ୍ଜନ ସିଂ, ସୁକାନ୍ତ ପଟ୍ଟନାୟକ, ବିଭୁଦତ୍ତ ବୋଷ, କୁନା ବେହେରା,ଧିରେନ ପ୍ରଧାନ ଙ୍କ ସମେତ କାର୍ଯ୍ୟ କାରିଣୀ ସଦସ୍ୟ ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ, ବିଜୟ ନାଏକ, ଅକ୍ଷୟ ମହାକୁଡ଼, ପ୍ରଭାତ ନାଏକ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ l ସେହିପରି ମାଁ ଭୈରବୀ ମହୋତ୍ସବ କମିଟି ପକ୍ଷରୁ ହଜାର ହଜାର ଭକ୍ତ ଙ୍କୁ ଅବଢ଼ା କନିକା ଦୀଆଯାଇଥିଲା l ମହୋତ୍ସବ କମିଟି ର ସଭାପତି ଅଶୋକ ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କମିଟିର ଉପଦେଷ୍ଟା ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଯୋଗ ଦେଇ ଭକ୍ତ ଙ୍କୁ ଅବଢ଼ା କନିକା ବଣ୍ଟନ କରିଥିଲେ l କମିଟି ର ଏଭଳି ମହତ କାର୍ଯ୍ୟକ୍ରମ କୁ ପ୍ରଶଂସା ମଧ୍ୟ କରିଥିଲେ l ଏଥିରେ କମିଟିର ସଂଗଠନିକ ସମ୍ପାଦକ ପ୍ରାଣ ବନ୍ଧୁ ସାହୁ ଙ୍କ ସମେତ ସୁକାନ୍ତ ପଟ୍ଟ ନାୟକ, ଛତିଶ ବେହେରା, ମନୋଜ ସାହୁ, ବାଳକୃଷ୍ଣ ନାଏକ, କୈଳାଶ ଅଗ୍ରୱାଲ, ସୁବାସ ପ୍ରଧାନ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

Related Articles

Back to top button