State

ଶେଷ ହେଲା 75ତମ ବନ ମହୋତ୍ସବ., . ବ୍ଲକ ଅଧ୍ୟକ୍ଷା ଙ୍କ କରକମଳ ରେ ବୁକ୍ଷ ରୋପଣ..

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ପଞ୍ଚସ୍ତରୀ ତମ ବନମହୋତ୍ସବ ଅବସରରେ “ମା ପାଇଁ ଗଛ ଟିଏ “ଜସ୍ୱଶ୍ରୀ ପ୍ରଧାନମନ୍ତ୍ରୀ ଙ୍କ ନାରାରେ ସାରା ଭାରତ ବର୍ଷରେ ବୃକ୍ଷ ରୋପଣ କରାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଏହି କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି l ଚଳିତ ବର୍ଷ ଜୁଲାଇ 1ତାରିଖ ରୁ 7ତାରିଖ ପର୍ଯ୍ୟନ୍ତ ଏହି ବନ ମହୋତ୍ସବ ହେବାର ବନ ବିଭାଗ କୁ ନିର୍ଦେଶ ରହିଥିଲା l ଆଜି ଶେଷ ଦିନରେ ପୁରୁଣାକଟକ ରେଞ୍ଜ ଅଧିନସ୍ଥ ଲୁଣି ବାହାଲ -ଟାକୁଡ଼ ରାସ୍ତାର ଉଭୟ ପାର୍ଶ୍ୱରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷl ସ୍ନେହ ଲତା ପ୍ରଧାନ ଓ ସମାଜ ସେବି ସୁବାସ ପ୍ରଧାନ ଯୋଗ ଦେଇ ରୀତିନୀତି ଅନୁଯାଇ ମାଟି ମା ଙ୍କୁ ପୂଜାର୍ଚନା କରି ବୃକ୍ଷରୋପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରେଞ୍ଜ ଅଧିକାରୀ ଜୟନ୍ତ ଦାସ, ବନପାଳ ଗୋବର୍ଦ୍ଧନ ମେହେର,ସତୀଶ ରଞ୍ଜନ କମ୍ପୋ ଓ ବନରକ୍ଷୀ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଉକ୍ତ ରେଞ୍ଜ ଅଧିନସ୍ଥ ବୁଲୁରା ଠାରେ ବନପାଳ ଅଶୋକ ପ୍ରଧାନ ଓ ବନରକ୍ଷୀ ଗୌରବ ହୋତା ଙ୍କ ତତ୍ୱବଧାନରେ ବହୁ ବୃକ୍ଷ ଲଗାଯାଇଥିଲା l ଅନ୍ୟ ପଟେ ମାଧପୁର ରେଞ୍ଜ ଅଧିନସ୍ଥ ସାତଖଣ୍ଡ ଧାଡି ଆମ୍ବ ଠାରେ ରେଞ୍ଜର ଆଶିକ କୁମାର ଦିଗାଲ, ବନପାଳ -ସୁନୀଲ ଖେତୀ, ସୁମନ୍ତ ମଲ୍ଲିକ, ବନରକ୍ଷୀ ଅର୍ଜୁନ ବେହେରା,ଶରତ ଚନ୍ଦ୍ର ନାଏକ,ସ୍ଥାନୀୟ ଜନ ପ୍ରତିନିଧି ଓ ସ୍ୱୟଂ ସହାୟକ ଗୋଷ୍ଠି ଉପସ୍ଥିତ ରହି ତିନି ହେକ୍ଟର ଜମିରେ 4800 ବିଭିନ୍ନ ପ୍ରଜାତିର ଗଛ ରୋପଣ କରାଯାଇଥିବା ସୂଚନା ମିଳିଛି l

Related Articles

Back to top button